Hindusthan Samachar
Banner 2 सोमवार, दिसम्बर 10, 2018 | समय 02:44 Hrs(IST) Sonali Sonali Sonali Singh Bisht

ସାପ୍ତାହିକ ବଜାର ସଳଗ୍ନ ଡ୍ରେନ ଦୁର୍ଗନ୍ଧରେ ଫାଟିପଡୁଛି

By HindusthanSamachar | Publish Date: Dec 8 2018 8:25PM
ସାପ୍ତାହିକ ବଜାର ସଳଗ୍ନ ଡ୍ରେନ ଦୁର୍ଗନ୍ଧରେ ଫାଟିପଡୁଛି
ନୂଆପଡ଼ା, ୦୮ ଡିସେମ୍ବର(ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ସାପ୍ତାହିକ ବଜାରକୁ ସଂଲଗ୍ନ ଡ୍ରେନ ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ ସାପ୍ତାହିକ ବଜାର ଅଂଚଳ ଦୁର୍ଗନ୍ଧରେ ଫାଟିପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମାସ ମାସ ଧରି ଡ୍ରେନ ସଫା ହେଉନଥିବାରୁ ଡ୍ରେନର ଦୁର୍ଗନ୍ଧ ପାଣି ଓ ଅଲିଆ ଆବର୍ଜନା ପଚିସଢ଼ି ଦୁର୍ଗନ୍ଧ ହେଉଅଛି । ଏହି ସାପ୍ତାହିକ ବଜାର ଖଡିଆଳ ବିଜ୍ଞାପିତ ଅଂଚଳର ୧୨ନଂ ୱାର୍ଡରେ ଥିବା ବେଳେ ଏନଏସି କତୃପକ୍ଷ ମଧ୍ୟ ଚୁପ ହୋଇ ରହିଯାଉଥିବାରୁ ଏପରି ଦୟନୀୟ ପରିସ୍ଥିତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଖଡିଆଳ ବିଜ୍ଞାପିତ ପରିଷଦ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସେହି ପାଖରେ ଜଣେ ମୁଷ୍ଟିମେୟଙ୍କ ଯାଗା ରହିଥିବାରୁ ସେ ପାଣି ଛାଡି ଦେଉନଥିବାରୁ ପାଣିତକ ରହିଯାଉଛି ଓ ଡ୍ରେନ୍ ସଫା ନ ହେବାଫଳରେ ଦୁର୍ଗନ୍ଧ ହେଉଛି ବୋଲି ପ୍ରକାଶ କରିଥିଲେ । ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image