Hindusthan Samachar
Banner 2 शुक्रवार, दिसम्बर 14, 2018 | समय 06:38 Hrs(IST) Sonali Sonali Sonali Singh Bisht

ସିନାପାଲିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଂଚଜଣ ଅଭିଯୁକ୍ତ ଗିରଫ

By HindusthanSamachar | Publish Date: Dec 8 2018 8:25PM
ସିନାପାଲିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଂଚଜଣ ଅଭିଯୁକ୍ତ ଗିରଫ
ନୂଆପଡ଼ା, ୦୮ ଡିସେମ୍ବର(ହି.ସ.) - ନୂଆପଡା ଜିଲ୍ଲା ସିନାପାଲି ବନବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ସହ ପାଞ୍ଚଜଣଙ୍କୁ ଗିରଫ କରାଯାଇଥିବା ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଶୁକ୍ରବାର ରାତ୍ରି ପ୍ରାୟ ୯ ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିନାପାଲି ବନବିଭାଗ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଏକ ଦଳ ନଙ୍ଗଲବୋଡ ଠାରେ ଛକି ରହି ପ୍ରାୟ ୧ ଟାରେ ଶାଗୁଆନ କାଠ ବୋଝେଇ ଏକ ଟାଟାସୁମୋ ଭିକ୍ଟା ଗାଡି(ନଂ.ଓଆର୍.୨୪-୫୮୭୭) ଏବଂ ପେସନ ପ୍ରୋ (ନଂ.ସିଜି.୦୪-କେଡି-୦୫୩୭)କୁ ଚଢାଉ କରି ଜବତ କରିଥିଲେ । ପ୍ରକାଶଯୋଗ୍ୟ ଯେ ଛତିଶଗଡ ସୀମାନ୍ତ ଉଦନ୍ତୀ, ସୀତାନଦୀ ଅଭୟାରଣ୍ୟ ପଟୁ ଗାଡିରେ ବୋଝେଇ ହୋଇ ଆସୁଥିବା ଏହି ଶାଗୁଆନ କାଠକୁ ତାଲାକୋଟ-ନଙ୍ଗଲବୋଡ ରାସ୍ତା ମଝିରେ ଚଢାଉ କରି ଜବତ କରିବା ସହ ଘଟଣାସ୍ଥଳରୁ ପାଞ୍ଚଜଣ ଅଭିଯୁକ୍ତ ଦେବେନ୍ଦ୍ର କୁମାର ନାଗ(୩୬), ରମେଶ ମନହୀରା(୩୫), ନେପାଳ ବିଶି(୧୮), ପ୍ରଦୀପ ବାଗ(୨୫)ଙ୍କୁ ଗିରଫ କରିଥିଲେ । ଜବତ ହୋଇଥିବା ଶାଗୁଆନ କାଠର ପରିମାଣ ଅନୁମାନିକ ଲକ୍ଷାଧିକ ଟଙ୍କାର ହେବବୋଲି ବିଭାଗୀୟ ବନ ଅଧିକାରୀ ପ୍ରକାଶ କରିବା ସହ କେଶ୍ ନଂ. ୪୦୩/୨୦୧୮-୧୯, ଓଟିଟି ନିୟମାନୁସାରେ ୧୯୮୦ ଅନୁସାରେ ଦଫା ୨୧, ଓଡିଶା ଫରେଷ୍ଟ ଆକ୍ଟ ସେକ୍ସନ ୨୭, ୫୬ ଦଫାନୁସାରେ କେଶ ରୁଜୁକରି କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ । ଉକ୍ତ ଚଢ଼ାଉ ଦଳରେ ବନ ବିଭାଗ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡାଙ୍କ ସମେତ ନଙ୍ଗଲବୋଡ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ, ବନରକ୍ଷୀ ସଂଗ୍ରାମ ସିଂ ପ୍ରଧାନ, ଶରତ ସିଂ ବାରିକ, ତାପସ ହୋତା, ଭାସ୍କର ନାଏକ ଏବଂ ବିଭାଗୀୟ ପାରା ଫରେଷ୍ଟ ଷ୍ଟାଫ୍ ସାମିଲ ଥିଲେ । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image