Hindusthan Samachar
Banner 2 रविवार, दिसम्बर 16, 2018 | समय 06:33 Hrs(IST) Sonali Sonali Sonali Singh Bisht

ସାନଭାଇ ମରିବାର ୭ଦିନରେ ବଡ଼ ଭାଇର ମୃତ୍ୟୁ

By HindusthanSamachar | Publish Date: Dec 8 2018 8:26PM
ସାନଭାଇ ମରିବାର ୭ଦିନରେ ବଡ଼ ଭାଇର ମୃତ୍ୟୁ
ନିମାପଡ଼ା, ୦୮ ଡିସେମ୍ବର(ହି.ସ.) - ଦୁଃଖ ଯେତେବେଳେ ଆସେ ତାର ଜ୍ଞାତିକୁୁଟୁମ୍ବକୁ ନେଇ ସାଙ୍ଗରେ ଧରି ଆସେ ବୋଲି ପ୍ରବାଦ ଅଛି । ସେମିତିକା ରୋଜଗାରିଆ ଭେଣ୍ଡିଆ ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଏକ ପରିବାର ଉପରେ ଦୁଃଖର ପାହାଡ଼ ଅଜାଡ଼ି ହୋଇପଡିଛି । ସାନପୁଅ ମରିବାର ସାତଦିନ ହୋଇନଥିଲା ବେଳେ ଗତକାଲି ରାତିରେ ପୁନର୍ବାର ବଡପୁଅ ମରିଯିବା ପରେ ବାପା ସମ୍ପୁର୍ଣ୍ଣ ମୁକ ହୋଇଯାଇଛନ୍ତି । ନିମାପଡା ବ୍ଲକ ଅନ୍ତର୍ଗତ ତୋଟାପଡା ଗ୍ରାମର କୁମର ସ୍ୱାଇଁଙ୍କ ୨ପୁଅ ଗଙ୍ଗଧର(୩୭) ଓ ସାନପୁଅ ସାଗର(୨୨)କୁ ନେଇ ହସଖୁସିରେ ସଂସାର ଚାଲିଥିଲା । ଗତ ଶନିବାରଦିନ ରାତିରେ ହଠାତ ଅସୁସ୍ଥ ସାନପୁଅ ସାଗରର ଭୁବନେଶ୍ୱର ୬ନମ୍ବର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ସାଗର ମୃତ୍ୟୁପରେ ସାରାପରିବାର ଦଃୁଖରେ ଭାଙ୍ଗିପଡିଥିବା ବେଳେ ବଡଭାଇ ଗଙ୍ଗାଧର ସାନଭାଇକୁ ସବୁବେଳେ ଝୁରୁଥିଲେ ଓ ପାଗଳଙ୍କ ଭଳି ଆଚରଣ ଦେଖାଉଥିଲେ । ପ୍ରତିମୁହୁର୍ତରେ ସାନଭାଇକୁ ଝୁôରୁଥିବା ଗଙ୍ଗାଧର ଗତକାଲି ରାତ୍ରିଭୋଜନ ସାରିବା ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ୧୦୮ଯୋଗେ ପିପିଲି ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ଗଙ୍ଗାଧରକୁ ମୃତ ଘୋଷଣା କରିଥିଲେ । । ଏଭଳି ଏକ ଦଃଖଦ ଘଟଣା ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁସ୍ଥାନ ସମାଚାର/ସୁରେଶ/ବୀଣାପାଣି .......................................
image