Hindusthan Samachar
Banner 2 रविवार, दिसम्बर 16, 2018 | समय 06:15 Hrs(IST) Sonali Sonali Sonali Singh Bisht

ଷଣ୍ଢପଲ୍ଲୀ ଉ.ପ୍ରା. ସ୍କୁଲରେ ପୋଷାକ ବିତରଣ

By HindusthanSamachar | Publish Date: Dec 8 2018 8:20PM
ଷଣ୍ଢପଲ୍ଲୀ ଉ.ପ୍ରା. ସ୍କୁଲରେ ପୋଷାକ ବିତରଣ
ପଟ୍ଟାମୁଣ୍ଡାଇ, ୦୮ ଡିସେମ୍ବର(ହି.ସ.) - ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲୀ ସରକାରୀ ଉ.ପ୍ରା ସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଦିଲ୍ଲୀପ ପଢିଆରୀଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ଓଝା ମୁଖ୍ୟଅତିଥି, ସିଆରସିସି ଗୋଲକ ବିହାରୀ ମଲିକ ମୁଖ୍ୟବକ୍ତା, ପୂର୍ବତନ କାଉନସିଲର ପଦାରବିନ୍ଦ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ବିକାଶ ଦାସ ଓ ଉପସଭାପତି ନର୍ମଦା ନାୟକ ପ୍ରମୁଖ ସମ୍ମାନୀତଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସହକାରୀଶିକ୍ଷୟତ୍ରୀ ଅଞଳୀ ଭୂୟାଁ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ସାବିତ୍ରୀ ସାହୁ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ୧୬୯ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟତ୍ରୀ କ୍ଷୀରୋଦା ମିଶ୍ର ଓ ରେଜିଆ ସୁଲତାନାଙ୍କ ସହିତ ସ୍କୁଲ ପରିଚାଳନା କମିଟି ସଭ୍ୟ/ସଭ୍ୟାମାନେ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image