By HindusthanSamachar | Publish Date: Dec 8 2018 8:21PMକେନ୍ଦ୍ରାପଡ଼ା, ୦୮ ଡିସେମ୍ବର(ହି.ସ.) - କେନ୍ଦ୍ରାପଡା ସଦର ଥାନା ଗୁଲନଗର ଗ୍ରାମର ରଘୁ ସାହୁଙ୍କ ସ୍ତ୍ରୀ ମାତା ସାହୁ(୬୫) ତାଙ୍କ ସାନ ପୁଅ ସହିତ ମଧ୍ୟପ୍ରଦେଶର ଅମୃତସର ନିକଟରେ ରହୁଥିବା ତାଙ୍କ ସାନ ଝିଅ ଘରକୁ ଯାଉଥିଲେ । ବାଟରେ ମଧ୍ୟପ୍ରଦେଶର ସାଗର ଷ୍ଟେସନରେ ମାତା ସାହୁ ହଜିଯାଇଥିଲେ । ବହୁ ଖୋଜା ଖୋଜି ପରେ ନମିଳିବାରୁ ସଦରଥାନାରେ ରଘୁ ତାଙ୍କ ସ୍ତ୍ରୀ ନିଖୋଜକୁ ନେଇ ଅଭିଯୋଗ କରିଛନ୍ତି । ସଦର ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................