Hindusthan Samachar
Banner 2 रविवार, नवम्बर 18, 2018 | समय 11:09 Hrs(IST) Sonali Sonali Sonali Singh Bisht

ତରଡିପାଳରେ କାଳୀପୂଜା ଉତ୍ସବ

By HindusthanSamachar | Publish Date: Nov 10 2018 8:47PM
ତରଡିପାଳରେ କାଳୀପୂଜା ଉତ୍ସବ
ପଟ୍ଟାମୁଣ୍ଡାଇ, ୧୦ ନଭେମ୍ବର(ହି.ସ.) - ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ପଂଚାୟତରେ ସାର୍ବଜନୀନ କାଳୀପୂଜା ଉତ୍ସବ ସମାରୋହରେ ଅନୁଷ୍ଠିତ ହେଉଛି । କାଳୀପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବମୂଖର ହୋଇପଡିଛି । ଏହି ପୂଜାଉତ୍ସବକୁ ସରସର ସୁନ୍ଦର କରିବା ପାଇଁ ବିଭିନ୍ନ ମନୋରଞ୍ଜନକାରୀ ସଂସ୍ଥା ଯୋଗ ଦେଇଛନ୍ତି । ପ୍ରତ୍ୟହ ହଜାର ହଜାର ଲୋକ ଯୋଗ ଦେଇ ପୂଜାର ମଜା ନେବା ସହିତ ମାଙ୍କ ଆର୍ଶିବାଦ କାମନା କରିବା ଦେଖାଯାଉଛି । ଆଜି କେନ୍ଦ୍ରାପଡା ବିଧାୟକ କିଶୋର ତରାଇ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ତରଡିପାଳ ସରପଂଚ ପ୍ରିୟଦର୍ଶନୀ ତରାଇ, ସମିତିସଭ୍ୟ ଝୁନୁଲତା ବେହେରା, ବଲୁରିଆ ସରପଂଚ ରତିକାନ୍ତ ସାହାଣୀ, ଯୁବନେତା ଦେବବ୍ରତ ନାୟକ, ଗଣେଶ୍ୱର ବେହେରା, ନିରଞ୍ଜନ ବାରିକ ପ୍ରମୁଖ ସ୍ଥାନୀୟ ଲୋକପ୍ରତିନିଧି ଓ ବିଜେଡିନେତା ଓ କର୍ମକର୍ତାଙ୍କ ଗହଣରେ କାଳୀମେଢ ପରିଦର୍ଶନ କରି ମା’ଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image