Hindusthan Samachar
Banner 2 शुक्रवार, नवम्बर 16, 2018 | समय 23:16 Hrs(IST) Sonali Sonali Sonali Singh Bisht

ରାମନାଏକଡିଆ ଯୁବସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

By HindusthanSamachar | Publish Date: Nov 10 2018 8:47PM
ରାମନାଏକଡିଆ ଯୁବସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା
ପଟ୍ଟାମୁଣ୍ଡାଇ, ୧୦ ନଭେମ୍ବର(ହି.ସ.) - ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ପଂଚାୟତର ରାମନାଏକଡିଆ ଯୁବକସଂଘ ପକ୍ଷରୁ ପବିତ୍ର କାଳୀପୂଜା ଅବସରରେ କେନ୍ଦ୍ରାପଡା ବିଧାୟକ କିଶୋର ତରାଇଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ବିଧାୟକ ଶ୍ରୀ ତରାଇ ରାମନାଏକଡିଆ କାଳୀପୂଜା ଉତ୍ସବ ପରିଦର୍ଶନ କରିବା ପାଇଁ ଯାଇଥିଲେ । ତାଙ୍କ ସହିତ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ବଲୁରିଆ ସରପଞ୍ଚ ରତିକାନ୍ତ ସାହାଣୀ, ତରଡିପାଳ ସରପଂଚ ପ୍ରିୟଦର୍ଶନୀ ତରାଇ, ସମିତିସଭ୍ୟ ଝୁନୁଲତା ବେହେରା, ଯୁବନେତା ଦେବବ୍ରତ ନାୟକ, ଗଣେଶ୍ୱର ବେହେରା, ନିରଞନ ବାରିକ, ଆଡଭୋକେଟ ଶିଶିର ମଳିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାମନାଏକଡିଆ କାଳୀମେଢ ପରିଦର୍ଶନ କରିଥିଲେ । ରାମନାଏକଡିଆ ଯୁବକସଂଘ ପକ୍ଷରୁ ବିଧାୟକ ଶ୍ରୀତରାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବକସଂଘର କର୍ମକର୍ତା ଓ ଶତାଧିକ ଯୁବକ ସାମିଲ ହୋଇଥିଲେ । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image