Hindusthan Samachar
Banner 2 सोमवार, नवम्बर 19, 2018 | समय 00:35 Hrs(IST) Sonali Sonali Sonali Singh Bisht

ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ମାତୃ ସମ୍ମିଳନୀ

By HindusthanSamachar | Publish Date: Nov 10 2018 8:48PM
ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ମାତୃ ସମ୍ମିଳନୀ
ପଟ୍ଟାମୁଣ୍ଡାଇ, ୧୦ ନଭେମ୍ବର(ହି.ସ.) - ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁୁ ଶିକ୍ଷା ମନ୍ଦିର ପକ୍ଷରୁ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷା ମନ୍ଦିର ସଂପାଦକ ଅମ୍ବୁଜ ଭୂଷଣ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ କାଳନ୍ଦୀ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମା’ମାନେ ଶିଶୁମାନଙ୍କୁ ଗଢିବା ଦିଗରେ ଯତ୍ନବାନ ହେଲେ ଉତମ ଶିଶୁ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ପ୍ରଧାନଆଚାର୍ଯ୍ୟ ନାରାୟଣ ସାହୁ ସ୍ୱାଗତଭାଷଣ ଓ ସହକାରୀ ଆଚାର୍ଯ୍ୟା ସୁଲୋଚନା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଦିପ୍ତିମୟୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଏହି ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଅଂଚଳର ଶତାଧିକ ଅଊିଭାବିକାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଜିତ ମଲ୍ଲିକ, ଚନ୍ଦ୍ରଭାନୁ ମଲ୍ଲିକ, ସ୍ୱର୍ଣ୍ଣମୟୀ ଶତପଥୀ, ମନୀଷା ପରିଡା, ଭାଗ୍ୟଶ୍ରୀ ପରିଡା, ପୁଷ୍ପିତା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image