Hindusthan Samachar
Banner 2 रविवार, नवम्बर 18, 2018 | समय 08:08 Hrs(IST) Sonali Sonali Sonali Singh Bisht

ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ସ୍ୱର୍ଣ୍ଣପ୍ରଭା ପ୍ରଥମ

By HindusthanSamachar | Publish Date: Nov 10 2018 8:48PM
ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ସ୍ୱର୍ଣ୍ଣପ୍ରଭା ପ୍ରଥମ
ପଟ୍ଟାମୁଣ୍ଡାଇ, ୧୦ ନଭେମ୍ବର(ହି.ସ.) - ଶିଶୁମାନଙ୍କ ଅନ୍ତର୍ନିହୀତ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆୟୋଜିତ ଶିଶୁ ମହୋତ୍ସବ ସୁରଭି କୁନି କୁନି ପ୍ରତିଭାମାନଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି । କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୧୮ ପ୍ରବନ୍ଧ ପ୍ରତିଯୋଗିତାରେ ବଉଳାଙ୍ଗ ଉନ୍ନୀତ ଉ.ପ୍ରା ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ସ୍ୱଣ୍ଣ୍ରପ୍ରଭା ସେଠୀ ୧ମ ସ୍ଥାନ ଅଧିକାର କରି ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହୋଇ ସ୍କୁଲର ଓ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ତାଙ୍କର ଏହି ଅନନ୍ୟ ସଫଳତା ପାଇଁ ଦୋଷିଆ ସରପଞ୍ଚ ପ୍ରଭାତ ରଞନ ପ୍ରଧାନ, ପ୍ରଧାନଶିକ୍ଷୟତ୍ରୀ ରତ୍ନ ମଞରୀ ମିଶ୍ର, ଶିକ୍ଷକ/ଶିକ୍ଷୟତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image