Hindusthan Samachar
Banner 2 रविवार, नवम्बर 18, 2018 | समय 11:48 Hrs(IST) Sonali Sonali Sonali Singh Bisht

ଦାମ ରାଉତଙ୍କ ନୂଆ ଦଳ ବିଜୁ ସମତା କ୍ରାନ୍ତି ଦଳ!

By HindusthanSamachar | Publish Date: Nov 10 2018 8:48PM
ଦାମ ରାଉତଙ୍କ ନୂଆ ଦଳ ବିଜୁ ସମତା କ୍ରାନ୍ତି ଦଳ!
ଭୁବନେଶ୍ୱର, ୧୦ ନଭେମ୍ବର - ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ନୂତନ ଦଳ ଗଢିବେ ଏବଂ ବିଜୁ ବାବୁଙ୍କ ନାମରେ ଉକ୍ତ ଦଳର ନାମ କରଣ କରାଯିବ ବୋଲି ସୂଚନା ଦେଇଥିଲେ । ଶନିବାର ତାଙ୍କ ନୂତନ ଦଳର ନାମ ବିଜୁ ସମତା କ୍ରାନ୍ତି ଦଳ ହୋଇପାରେ ବୋଲି ଡା. ରାଉତ କହିଛନ୍ତି ।ଏଥିପାଇଁ ସେ ନିଜେ ପ୍ରସ୍ତାବ ଦେଇଛନ୍ତି ।ତେବେ ଏନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇନାହିଁ ।ଶନିବାର ପାରାଦ୍ୱୀପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଅ ।ରେ ଡା. ରାଉତ କହିଥିଲେ ଯେ ସହଯୋଗୀ ଓ ଶୁଭେଚ୍ଛୁଙ୍କ ସହ କଥାବାର୍ତା ହେବା ପରେ ଦଳର ନାମ ବିଦ୍ଧିବଧ ଭାବେ ଘୋଷଣା ହେବ । ଅପରପକ୍ଷରେ କିଏ କିଏ ଦଳରେ ସ୍ଥାନ ପାଇବେ ସେନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ଡା. ରାଉତ । ସେ କହିଛନ୍ତି ଯେ ରାଜ୍ୟରେ ସାଧାରଣ ଲୋକେ ପରିବର୍ତନ ·ହୁଁଛନ୍ତି । ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ କେବଳ ସମ୍ପତି ଅକ୍ତିଅ ।ର କରିବାରେ ଲାଗିଛନ୍ତି । ଓଡ଼ିଶା ପ୍ରତି ବିଜୁ ବାବୁଙ୍କ ଯେଉଁ ଆବେଗ ଥିଲା, ଓଡ଼ିଶା ପ୍ରତି ଯେଉଁ ସମ୍ବେଦନଶୀଳତା ଥିଲା, ଓଡ଼ିଶାର ସ୍ୱାର୍ଥ ପାଇଁ ତାଙ୍କର ଯେଉଁ ନିଷ୍ଠା ଥିଲା, ସେପରି କୌଣସି ଗୁଣ ବିଜୁ ଜନତା ଦଳର ନେତୃତ୍ୱ ପାଖରେ ନାହିଁ । ଲୋକେ ଏବେ ଅତିଷ୍ଠ । ସାରା ରାଜ୍ୟକୁ ଦୁର୍ନିତୀ ଓ ଭ୍ରଷ୍ଟା·ର ଗ୍ରାସ କରିବାରେ ଲାଗିଛି । ତେବ ଦୁର୍ନିତୀ ବିରୋଧରେ ମୁଁ ସ୍ୱର ଉତୋଳନ କରିବା ପାଇଁ ପ୍ରୟାସ ଜାରି ରଖିଛି । ମୋତେ ଲୋକଙ୍କ ସମର୍ଥନ ମଧ୍ୟ ମିଳିଛି । ନୂଅ । ଆଂଚଳିକ ଦଳ ଗଢି ଏସବୁ ବିରୋଧରେ ସ୍ୱର ଶାଣିତ କରିବେ ବୋଲି ଡା ରାଉତ କହିଛନ୍ତି । ..............
image