Hindusthan Samachar
Banner 2 रविवार, नवम्बर 18, 2018 | समय 11:00 Hrs(IST) Sonali Sonali Sonali Singh Bisht

୧୨୦ଥର ରକ୍ତଦାନ କରିଥିବା ଅସୁସ୍ଥ ସ୍ୱେଛାସେବୀଙ୍କୁ ଭେଟିଲେ ବିଧାୟକ

By HindusthanSamachar | Publish Date: Nov 10 2018 8:46PM
୧୨୦ଥର ରକ୍ତଦାନ କରିଥିବା ଅସୁସ୍ଥ ସ୍ୱେଛାସେବୀଙ୍କୁ ଭେଟିଲେ ବିଧାୟକ
ପଟ୍ଟାମୁଣ୍ଡାଇ, ୧୦ ନଭେମ୍ବର(ହି.ସ.) - ନିଜ ଜୀବନକୁ ତୁଛ କରି ଅନ୍ୟର ଜୀବନକୁ ବଂଚାଇବାର ବ୍ରତ ନେଇ ଅରୁଆ ଗ୍ରାମର ଅନ୍ନଦା ପ୍ରସାଦ ୧୨୦ଥର ରକ୍ତଦାନ କରି ଏକ ବିରଳ ରେକର୍ଡ ସୃଷ୍ଟି କରିବା ସହିତ ଯୁବସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ । ସଂପ୍ରତି ରୋଗାକ୍ରାନ୍ତ ହୋଇ ଅନ୍ନଦା ପ୍ରସାଦ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତାଙ୍କର ଅସୁସ୍ଥତାର ଖବର ବିଭିନ୍ନ ମହଲରେ ପ୍ରଚାରିତ ହେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥୀ ଶତପଥୀ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହୟତା ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଏହି ସ୍ୱେଛାସେବୀଙ୍କୁ ସହାୟତା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଆଜି ସେ ପଟ୍ଟାମୁଣ୍ଡାଇ ମେଡିକାଲରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ଡାକ୍ତର ନିରଞନ କରଙ୍କ ଠାରୁ ପଚାରି ବୁଝିବା ସହିତ ମାଗଣା ସମସ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ଯୁବନେତା ଶିବପ୍ରସାଦ ଭଳ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ଯୁବନେତା ବିଚିତ୍ର ମଳିକ, ସୁଶୀଲ ପରିଡା, ଚନ୍ଦନ ପାତ୍ର, ଗିରିଜା ଶଙ୍କର ସାମଲ, ଆଡଭୋକେଟ ସୁଶୀଲ ମଳିକ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସାଧୀନ ଅନ୍ନଦା ପ୍ରସାଦ ଭେଟିଥିଲେ । ବିଧାୟକ ଶ୍ରୀତରାଇ ତାଙ୍କ ଚିକିତ୍ସା ପାଇଁ ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ତାଙ୍କ ପରିବାରକୁ ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image