Hindusthan Samachar
Banner 2 रविवार, नवम्बर 18, 2018 | समय 11:19 Hrs(IST) Sonali Sonali Sonali Singh Bisht

ଦୁର୍ଘଟଣାରେ ବାପ ମୃତ, ପୁଅ କୋମାରେ

By HindusthanSamachar | Publish Date: Nov 10 2018 8:47PM
ଦୁର୍ଘଟଣାରେ ବାପ ମୃତ, ପୁଅ କୋମାରେ
ପଟ୍ଟାମୁଣ୍ଡାଇ, ୧୦ ନଭେମ୍ବର(ହି.ସ.) - ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର ଶରତ ଚନ୍ଦ୍ର ଦାସ (୫୨) କେନ୍ଦୁଝର ବିଲେଇପଦା ଠାରେ ଦୁର୍ଘଟଣାରେ ଶିକାର ହୋଇ କଟକ ବଡମେଡିକାଲରେ ପ୍ରାଣ ହରାଇ ଥିବାବେଳେ ଗୁରୁତର ଆହତ ହୋଇଥିବା ତାଙ୍କ ପୁଅ ସୁବ୍ରତ ଦାସ(୨୮) କୋମାରେ ଅଛନ୍ତି । ଏହି ଘଟଣା ନୀଳକଣ୍ଠପୁର ପଂଚାୟତବାସୀଙ୍କୁ ସ୍ତବ୍ଧ କରିଦେଇଛି । ଆଜି କେନ୍ଦ୍ରାପଡା ବିଧାୟକ କିଶୋର ତରାଇ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ନୀଳକଣ୍ଠପୁର ସରପଂଚ ନିଳିମା ଧଳ, ଯୁବନେତା ଶିବପ୍ରସାଦ ଭଳ, ବଲୁରିଆ ସରପଂଚ ରତିକାନ୍ତ ସାହାଣୀ, ହୃଷିକେଶ ରାଉତ, ଆଡଭୋକେଟ ଶିଶିର ମଳିକ, ନିରଞ୍ଜନ ବାରିକ, ଦେବବ୍ରତ ନାୟକ ପ୍ରମୁଖ ମୃତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ବିଧାୟକ ଶ୍ରୀତରାଇ ମୃତ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଚିକିତ୍ସାଧୀନ ପୁଅକୁ ଉତମ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାରୀସ୍ତରରେ ଉଦ୍ୟମ କରିବାକୁ ପ୍ରତିଶୃତି ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ବୀଣାପାଣି .......................................
image