Hindusthan Samachar
Banner 2 सोमवार, नवम्बर 19, 2018 | समय 00:25 Hrs(IST) Sonali Sonali Sonali Singh Bisht

ବିଜୁପଟ୍ଟନାୟକ ପ୍ରମୋଦ ଉଦ୍ୟାନ ଲୋକାର୍ପିତ ଅପେକ୍ଷାରେ

By HindusthanSamachar | Publish Date: Nov 10 2018 8:37PM
ବିଜୁପଟ୍ଟନାୟକ ପ୍ରମୋଦ ଉଦ୍ୟାନ ଲୋକାର୍ପିତ ଅପେକ୍ଷାରେ
ନୂଆପଡ଼ା, ୧୦ ନଭେମ୍ବର(ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର ୱାଡ ନଂମ୍ବର ୭ରେ ବିଜୁପଟ୍ଟନାୟକ ପ୍ରମୋଦ ଉଦ୍ୟାନ ନିର୍ମାଣ ହେଉଥିବା ବେଳେ ଏହା ଏକ ସଫଲ ଉନ୍ନୟନ ମୂଳକ କାର୍ଯ୍ୟ ରୂପେ ପରିଗଣିତ ହେଉଅଛି । ଦିର୍ଘ ଦିନରୁ ଦାବୀ ହୋଇ ଆସୁଥିବା ପ୍ରମୋଦ ଉଦ୍ୟାନ ଖୁବ ଶୀଘ୍ର ଜନସାଧାରଣଙ୍କୁ ଲୋକାର୍ପିତ ହେବାର ଯୋଜନା ରହିଥିବା ବେଳେ ଖଡିଆଳ ଏନଏସିର ଏହା ଏକ ଆଖି ଦୂଶିୟା ପ୍ରକଳ୍ପ ଅଟେ । ଯାହାକି ପ୍ରଥମ ପର୍ଯ୍ୟୟରେ ୨୫ ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଉଦ୍ୟାନ ନିର୍ମାଣ ବହୁ ଶୀଘ୍ର କାମ ଚାଲୁଥିବା ବେଲେ ଏନଏସିର ନିଜସ୍ୱ ୬ ଏକର ଜମିରେ ନିର୍ମାଣଧିନ ଅଟେ । ଜିଲ୍ଲାପାଳ ଏବଂ ଜିଲ୍ଲାର ଏହି ପ୍ରକଳ୍ପ ନିର୍ମାଣ ନେଇ ସମସ୍ତ ଅଧିକାରୀ ନିଜସ୍ୱ ଉତ୍ସାହ ଦେଖାଉଥିବା ବେଳେ ଉଦ୍ୟାନ ନିର୍ମାଣ ନେଇ ରାଜ୍ୟ ସରକାର ଏବଂ ଓଡିଶା ନଗର ଉନ୍ନୟନ ବିଭାଗକୁ ଆବଶ୍ୟକ ଅର୍ଥ ବରାଦ ପାଇଁ ବିଭିନ୍ନ ମହଲରେ ଦାବୀ କରିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅଧିକ ଅର୍ଥ ପ୍ରଦାନ ନେଇ ସରକାରଙ୍କୁ ପତ୍ରାଳାପ ହୋଇଥିବା ଜଣାପଡେ । ଏହି ଉଦ୍ୟାନରେ ସମାଜର ପ୍ରତ୍ୟେକ ସ୍ତର ବ୍ୟକ୍ତି ଏବଂ ବୟସକୁ ଧ୍ୟାନ ଦେଇ ତାର ନିର୍ମାଣ ହେଉଅଛି । ଶିଶୁ ମାନଙ୍କ ଖେଲ କୁଦ ସମାଗ୍ରୀ, କିଶୋର, ବୟସ୍କ ବ୍ୟକ୍ତି ସହ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରଖାଯାଇଅଛି । ଏହି ଉଦ୍ୟାନକୁ ଯାତାୟତ ନେଇ ଦୁଇ ପାଶ୍ୱରେ ମୁଖ୍ୟ ପ୍ରବେଶ ଦ୍ୱାର ରହିଥିବା ବେଳେ ବୋଟିଙ୍ଗ ବ୍ୟବସ୍ଥା ରହିଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ କିଶୋର ସାହୁ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଏହି ଉଦ୍ୟାନ ପାଇଁ ଅଧିକ ଆର୍ଥିକ ଆବଶ୍ୟକ ଅର୍ଥ ପ୍ରଦାନ କଲେ ଲୋକଙ୍କ ଉଦେ୍ଧଶ୍ୟରେ ନିର୍ମାଣ ଲକ୍ଷ୍ୟ ସାଫଲ୍ୟ ମଣ୍ଡିତ ହେବ ବୋଲି ପ୍ରକାଶ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image