Hindusthan Samachar
Banner 2 रविवार, नवम्बर 18, 2018 | समय 11:39 Hrs(IST) Sonali Sonali Sonali Singh Bisht

ଆନ୍ତଃଜିଲା ଫୁଟବଲ ଟୁର୍ଣାମେଂଟ ଉଦଘାଟିତ

By HindusthanSamachar | Publish Date: Nov 10 2018 8:37PM
ଆନ୍ତଃଜିଲା ଫୁଟବଲ ଟୁର୍ଣାମେଂଟ ଉଦଘାଟିତ
ନୂଆପଡ଼ା, ୧୦ ନଭେମ୍ବର(ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଭୋଜପୁର ହାଇସ୍କୁଲ ଖେଳ ପଡିଆ ଠାରେ ସ୍ଥାନୀୟ ଗେମ୍ସ ଏଣ୍ଡ ସ୍ପୋର୍ଟସ ଏସୋସିଏସନ ତରଫରୁ ଆନ୍ତଃଜିଲା ଫୁଟବଲ ଟୁର୍ଣାମେଂଟ ଉଦଘାଟିତ ହୋଇଯାଇଛି । ଉଦଘାଟନ ସମାରୋହରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଓ ଭୋଜପୁର ସରପଂଚ ଯଶୋବନ୍ତୀ ଗହିର ଅତିଥି ଭାବେ ଯୋଗଦେଇ ଫୁଟବଲ ଟୁର୍ଣାମେଂଟକୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ତରବୋଡ ଦଳ ଓ ଗୁଲମୀ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଗୁଲମୀ ଦଳ ୩-୦ ଗୋଲରେ ତରବୋଡ ଦଳକୁ ପରାସ୍ତ କରି ବିଜୟୀ ହୋଇଛି । ଏଥିରେ ଜିଲାର ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରଥିଲେ । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image