Hindusthan Samachar
Banner 2 शुक्रवार, नवम्बर 16, 2018 | समय 23:21 Hrs(IST) Sonali Sonali Sonali Singh Bisht

ଶିରିଡି ସାଇ ମନ୍ଦିର ପ୍ରତିଷ୍ଠା ପାଇଁ ବୈଠକ

By HindusthanSamachar | Publish Date: Nov 10 2018 8:38PM
ଶିରିଡି ସାଇ ମନ୍ଦିର ପ୍ରତିଷ୍ଠା ପାଇଁ ବୈଠକ
ନୂଆପଡ଼ା, ୧୦ ନଭେମ୍ବର(ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା ୨୩ ତାରିଖ ଶୁକ୍ରବାର ପବିତ୍ର କାର୍ତିକ ପୂର୍ଣ୍ଣମୀ ଦିନ ଖଡିଆଳ ଠାରେ ଏକ ଶିରିଡି ସାଇ ମନ୍ଦିର ପ୍ରତିଷ୍ଠା ପାଇଁ ନିଷ୍ପତି ହୋଇଥିବା ବେଲେ ୨୨ ତାରିଖ ଦିନ ପାଲଙ୍କି ଯାତ୍ରା ଅନୁଷ୍ଠିତ ହେବା ପାଇଁ ବୈଠକରେ ନିଷ୍ପତି ହୋଇଛି । ଏହି ପାଲଙ୍କି ଯାତ୍ରାରେ ବାବାଙ୍କ ଫଟୋ ଚିତ୍ର ଏକ ସୁସଜ୍ଜିତ ପାଳଙ୍କିରେ ରଖାଯାଇ ନଗର ପରିକ୍ରମା କରିବା ସହ ମନ୍ଦିର ପରିସରରେ ସ୍ଥାପନା କରାଯିବ ବୋଲି ନିଷ୍ପତି ହୋଇଅଛି । ଏହି ଉପଲକ୍ଷ୍ୟେ ଏକ ଭଣ୍ଡାରା ହୋମ ଯଜ୍ଞ ଅନୁଷ୍ଠିତ ହେବ । ଆସନ୍ତା ଦିନରେ ଶିରିଡି ସାଇ ବାବାଙ୍କୁ ଭବୈ ମନ୍ଦିର ନିର୍ମାଣ ନେଇ ଟ୍ରଷ୍ଠ ପକ୍ଷରୁ ବିଚାର ହୋଇଥିବା ବେଳେ ସହୃଦୟ ବ୍ୟକ୍ତିଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି । ଏହି ବୈଠକରେ ବରିଷ୍ଠ ସଦସ୍ୟ ଜଗଦିଶ ପ୍ରସାଦ ତ୍ରିବେଦୀ, ମହେଶ ଗୁପ୍ତା, ଦିନଦୟାଲ ଅଗ୍ରୱାଲ, ବିକାଶ ଶୁକ୍ଲା, ମହେଶ ଦଣ୍ଡସେନା, ଅଜିତ ପଣ୍ଡା, ଅଜିତ ଚଳାନ, ତପନ ରଜଂନ ଦାଶ, ସନ୍ତୋଷ ଦଣ୍ଡସେନା,ଦିଲୁ ପଟ୍ଟନାୟକ, ଅଜିତ ସୋନୀ, ଅଶୋକ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ମନ୍ଦିର ପ୍ରତିଷ୍ଠାରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image