Hindusthan Samachar
Banner 2 रविवार, नवम्बर 18, 2018 | समय 07:22 Hrs(IST) Sonali Sonali Sonali Singh Bisht

ସୁୁନାବେଡା ଅଭୟାରଣ୍ୟରେ ବ୍ୟାଘ୍ର ଗଣନା

By HindusthanSamachar | Publish Date: Nov 10 2018 8:39PM
ସୁୁନାବେଡା ଅଭୟାରଣ୍ୟରେ ବ୍ୟାଘ୍ର ଗଣନା
ନୂଆପଡ଼ା, ୧୦ ନଭେମ୍ବର(ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ଓ ସୁନାବେଡା ଅଭୟାରଣ୍ୟ ଜଙ୍ଗଲରେ ବନ୍ୟଜନ୍ତୁ ମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ବନ୍ୟଜନ୍ତୁ ଶିକାରୀଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ପ୍ରଥମକରି ବିଭିନ୍ନ ସ୍ଥାନରେ ଟ୍ରାପିଙ୍ଗ କ୍ୟାମେରା ଲାଗାଯାଇଛି । ଗତ ୨ ଦିନଧରି ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଡିଏଫଓ ଖୁସବନ୍ତ ସିଂଙ୍କ ନେତୃତ୍ୱରେ ବନକର୍ମଚାରୀ ମାନଙ୍କୁ ନେଇ ଟ୍ରାପିଙ୍ଗ କ୍ୟାମେରା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ଭୂବନେଶ୍ୱର ପିସିସିଏଫ କାର୍ଯ୍ୟାଳୟରୁ ବିଶେଷଜ୍ଞ ଭକ୍ତଚରଣ ରଥ ଓ ନିମାଇଁ ପଲେଇ ଯୋଗଦେଇ ଟ୍ରାପିଙ୍ଗ କ୍ୟାମେରା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ନୂଆପଡା ସୁନାବେଡା ଅଭୟାରଣ୍ୟ ସମେତ ଖଡିଆଳ ଫରେଷ୍ଟ ଡିଭିଜନ, କଲାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡ ଏବଂ ବଲାଙ୍ଗିର ଫରେଷ୍ଟ ଡିଭିଜନର ବନ କର୍ମଚାରୀ ମାନେ ପ୍ରଶିକ୍ଷଣ ନେଇଛନ୍ତି । ଏହାପରେ ବନ୍ୟଜନ୍ତୁ ବିଶେଷଜ୍ଞ ସଦସ୍ୟଙ୍କ ସହ ବନ କର୍ମଚାରୀ ମାନେ ସୁନାବେଡା ଅଭୟାରଣ୍ୟ ଓ ଖଡିଆଳ ବନଖଣ୍ଡ ଅଧିନସ୍ଥ ପାଟଧରା, ଗର୍ଜନପାନି ଭଳି ଅନେକ ଘଂଚ ଜଙ୍ଗଳ ଅଂଚଳକୁ ଗ୍ରସ୍ତ କରି ବନ୍ୟଜନ୍ତୁ ଗତାନୁଗତ କରୁଥିବା ସ୍ଥାନ ଗୁଡିକରେ ଟ୍ରାପିଙ୍ଗ କ୍ୟାମେରା ଲଗାଇଥିଲେ । ଏହି ଟ୍ରାପିଙ୍ଗ କ୍ୟାମେରା ଦ୍ୱାରା ବାଘ ସମେତ ଅନ୍ୟାନ୍ୟ ମାଂସାସୀ ପ୍ରାଣୀ ଓ ତୃଣଭୋଜୀ ପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ । ଏଥିସହ ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀ ମାନଙ୍କ ଉପରେ ମଧ୍ୟ ତୀକ୍ଷଣ ନଜର ରଖାଯାଇପାରିବ ବୋଳି ଖଡିଆଳ ବନବିଭାଗ ରେଞ୍ଜର ସଦାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image