Hindusthan Samachar
Banner 2 शुक्रवार, नवम्बर 16, 2018 | समय 23:55 Hrs(IST) Sonali Sonali Sonali Singh Bisht

ନେହେରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ସଂହତି ମେଳା

By HindusthanSamachar | Publish Date: Nov 10 2018 8:33PM
ନେହେରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ସଂହତି ମେଳା
ଭୁବନେଶ୍ୱର, ୧୦ ନଭେମ୍ବର - ନେହେରୁ ଯୁବ ପ୍ରତିଷ୍ଠାନର ଜାତୀୟ ସଂହତି ମେଳାର ୨ୟ ଦିବସରେ ସ୍ୱଚ୍ଛ ଭାରତ ଅଭିଯାନ (ସ୍ୱଚ୍ଛ ଭାରତ ସବୁଜ ଭାରତ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଗୌରାଙ୍ଗ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠାନର ପ୍ରାୟ ୨୦ଜଣ ସ୍ୱେଚ୍ଛାସେବୀ ଝାଡୁ, କୋଦାଳ, କାଙ୍କ ପ୍ରଭୃତି ଉପକରଣ ସହ ୟୁନିଟ୍-୬ସ୍ଥିତ ଯୁବ ପ୍ରତିଷ୍ଠାନ ପରିସରରେ ‘ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଓ ସବୁଜ ଭାରତ’ର ନାରା ଦେଇ ସଫେଇ କାର୍ଯ୍ୟ କରିଥିଲେ ଏବଂ ସଫେଇ ପରେ ଏକ ସଭାର ମଧ୍ୟ ଆୟୋଜନ କରି ସଫେଇର ମହତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସନ୍ଧ୍ୟାରେ ଯୁବ ପ୍ରତିଷ୍ଠାନ ପରିସରରେ ମୁସ୍ଲିମ୍ ଧର୍ମଗୁରୁ ମୌଲାନା ଫଜଲ ହକ୍ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ସଭାରେ ବିଭିନ୍ନ ଧର୍ମର ଧର୍ମଗୁରୁ ଓ ପ୍ରଚାରକମାନେ ଯୋଗଦେଇ ଜାତୀୟ ସଂହତି ଓ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ସେମାନଙ୍କର ପବିତ୍ର ଧର୍ମଗ୍ରନ୍ଥରୁ କିଛି ପଂକ୍ତି ଆବୃତି କରି ଆଲୋଚନା କରିଥିଲେ । ଗୌରାଙ୍ଗ ନାୟକଙ୍କ ସଂଚାଳନରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପଦ୍ମନାଭ ଦାଶ, ସଞ୍ଜୟ ବାବୁ, ସୁଭଦ୍ରା ମିଶ୍ର ପ୍ରମୁଖ ମଧ୍ୟ ସେମାନଙ୍କର ଧର୍ମୀୟ ଭାବନା ଉପସ୍ଥାପନା କରିଥିଲେ । ନାରାୟଣ ନାୟକ ସର୍ବଧର୍ମ ପ୍ରାର୍ଥନା ଗାନ କରିବା ସହ ମନୋରଞ୍ଜନ ମହାନ୍ତି ସଂଯୋଜନା କରିଥିଲେ । ନେହେରୁ ଯୁବ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଜାତୀୟ ସଂହତି ମହୋତ୍ସବର ତୃତୀୟ ଦିନରେ ନହରକଂଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି ପରିସରରେ ‘ଲୁକ୍କାୟିତ ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ...............
image