Hindusthan Samachar
Banner 2 रविवार, नवम्बर 18, 2018 | समय 11:48 Hrs(IST) Sonali Sonali Sonali Singh Bisht

ରାସ୍ତା ପାଲଟିଛି ଟିକସ ମୁକ୍ତ ପାଇଖାନା

By HindusthanSamachar | Publish Date: Nov 10 2018 8:21PM
ରାସ୍ତା ପାଲଟିଛି ଟିକସ ମୁକ୍ତ ପାଇଖାନା
କୋରାଇ, ୧୦ ନଭେମ୍ବର(ହି.ସ.) - କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତର ପାଣିକୋଇଲି ରଗଡି ରାସ୍ତାର କାରଗିଲ ଚକ ଠାରୁ ବାଢା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପାଲଟିଛି ଟିକସ ମୁକ୍ତ ପାଇଖାନା ।ସରକାରଙ୍କ ସମସ୍ତ ଯୋଜନା ଏଠାରେ ଫେଲ ମାରିଛି । ରାସ୍ତା ଉଭୟ ପଟେ ଗୋଟିଏ ପଟେ ସରପଂଚଙ୍କର ଓ ଠିକ ଆରପଟେ ସମିତିସଭ୍ୟାଙ୍କ ଘର । ବାହ୍ୟ ମଳତ୍ୟାଗ୍ୟ ବନ୍ଦ କରିବା ପାଇଁ ସରକାର ପ୍ରତ୍ୟେକ ପରିବାରକୁ ମାଗଣାରେ ସରକାର ଯୋଗାଉଛନ୍ତି ପାଇଖାନା । କିନ୍ତୁ ଏଠାରେ ସରକାରୀ ସଚେତନ ବା ପାଇଖାନା କିଛି ମାନେ ନଥାଏ । ରାସ୍ତାରେ ଯଦି ଦୁଇଟି ଗାଡି ବା ଗୋଟଇଏ ବଡ ଗାଡି ଆସିଯାଏ ତାହେଲେ ଗାଡିର ଚକା ନିଶ୍ଚୟ ମଳ ଉପରେ ପଡିବ । ପିଚୁ ପାଖରୁ ତିନିଫୁଟ ପର୍ଯ୍ୟନ୍ତ ମୋରମ ରାସ୍ତା ରହିବା କଥା କିନ୍ତୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅର୍ନ୍ତଭୁକ୍ତ ଏହି ରାସ୍ତାରେ ଅନାବନା ଗଛ ଆସି ପିଚୁ ଉପରେ ମାଡିଯାଇଛି । କିନ୍ତୁ କରାଯାଉନି ରାସ୍ତା ସଫା । ଫଳରେ ପିଚୁ ଉପରେ ମଳତ୍ୟାଗ ଚାଲିଛି । ସନ୍ଧ୍ୟାବେଳେ ଗାଡିଗଲେ ମଧ୍ୟ ଷଶøଚ କରୁଥିବା ମହିଳା ରାସ୍ତା ଉପରୁ ୁଠିବାକୁ ନାରାଜ । ଫଳରେ ରାସ୍ତାରେ ଗଲାବେଳେ ନାକ ପାଟି ପଡୁଛି । କିନ୍ତୁ କହିବାକୁ କେହି ନାହିଁ ବା ଶୁଣିବାକୁ କେହିନାହିଁ । ପ୍ରଶାସନ ପକ୍ଷରୁ ଏହି ଗ୍ରାମରେ ସଚେତନତା ଶିବିର କରାଯାଇ ଏକାକୁ ବନ୍ଦ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି .......................................
image