Hindusthan Samachar
Banner 2 सोमवार, नवम्बर 19, 2018 | समय 00:47 Hrs(IST) Sonali Sonali Sonali Singh Bisht

ସଖିବଟରେ ମହିଳା ତାଲିମ୍ ଶିବିର

By HindusthanSamachar | Publish Date: Nov 10 2018 8:23PM
ସଖିବଟରେ ମହିଳା ତାଲିମ୍ ଶିବିର
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) - ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁପ୍ତକ୍ଷେତ୍ର ସଖିବଟରେ ଏକ ମହିଳା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ରଳ ଚେତନା ସମିତି ଓ ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି ମହିଳା ତାଲିମ୍ ଶିବିରରେ ୬୦ ଜଣ ମହିଳା ଦୁଗ୍ଧ ଚାଷୀ ଯୋଗଦେଇ ଗୁଣାମô୍କ ଦୁଗ୍ଧ ଚାଷ ଉପରେ ତାଲିମ୍ ଗ୍ରହଣ କରିଥିଲେ । ନାବାର୍ଡ ମାନସ କୁମାର ବେହେରା ମୁଖ୍ୟ ଅତିଥି ଯୋଗଦେଇଥିବାବେଳେ ଛତାସ୍ଥିତ ଆର୍.ଏସ୍.ଇ.ଟି.ଆଇର ନିର୍ଦ୍ଦେଶକ ଲକ୍ଷ୍ମୀଧର ମଲ୍ଲିକ, କେନ୍ଦ୍ରାପଡାର ସହକାରୀ ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ଡା. ସିମ୍ପୋନି ମହାନ୍ତି, ସଖିବଟ ଉନ୍ନୟନ ପରିଷଦର ସଭାପତି ନିରଞ୍ଜନ ସାହୁଙ୍କ ସମେତ ଅଜିତ କୁମାର ସାହୁ, ସଂଜୟ ପାଣି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ଅନନ୍ତ ନାୟକ, ଦିଲ୍ଲୀପ ବିଶ୍ୱାଳ ଓ କାଂଚନ ମଲ୍ଲିକ ପ୍ରମୁଖ ସହାୟତା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି .......................................
image