Hindusthan Samachar
Banner 2 रविवार, नवम्बर 18, 2018 | समय 23:39 Hrs(IST) Sonali Sonali Sonali Singh Bisht

ତହସିଲଦାର ଓ କୃଷି କର୍ମଚାରୀଙ୍କ ମରୁଡି ଅଂଚଳ ଅନୁଧ୍ୟାନ

By HindusthanSamachar | Publish Date: Nov 10 2018 8:23PM
ତହସିଲଦାର ଓ କୃଷି କର୍ମଚାରୀଙ୍କ ମରୁଡି ଅଂଚଳ ଅନୁଧ୍ୟାନ
ନୂଆପଡ଼ା, ୧୦ ନଭେମ୍ବର(ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଂଚାୟତ ମରୁଡି ପରିସ୍ଥିତି ଉପୁଜିଛି । ଫଳରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ନିରାଶାଭାବ ଦେଖାଦେଇଛି । ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରୁନାହିଁ । ଏପରିକି ଗତ ବର୍ଷରେ ଚାଷୀ କରିଥିବା କୃଷୀ ବୀମା ରାଶି ଆଜି ପର୍ଯ୍ୟନ୍ତ ପାଇପାରିନାହିଁ । ତଥାପି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଆନ୍ତରୀକତା ଦେଖାଉନାହିଁ । ଯାହାଦ୍ୱାରା ୪ ବର୍ଷ ଧରି ନୂଆପଡା ଜିଲ୍ଲାବାସୀ ମରୁଡିର ସମ୍ମୁଖିନରେ ପଡି ନିଜର ସର୍ବସ୍ୱ ହରାଇ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । ଏପରି ସଙ୍ଗିନ ଅଭୀଯୋଗ କରିଛି ଖଡିଆଳ ବ୍ଲକର ଚାଷୀ ମାନେ । ଆଜି ବ୍ଲକରେ ମରୁଡିକୁ ଦୃଷ୍ଟିରେ ଖଡିଆଳ ତହସିଲଦାର ସୁଶାନ୍ତ କୁମାର ବରାଲ ଏବଂ ଜିଲ୍ଲା କୃଷି ଅଧିକାରୀ ଜାହିଦ ମହମ୍ମଦ, ତୁକୁଲା ଆରଆଇ, କୃଷି ଗ୍ରାମସେବକ ମାନେ ମିଶି ଖଡିଆଳ ବ୍ଲକର ସରଧାପୁର, ଖାସବାହାଲ, ଦୋହେଲପଡା ପଂଚାୟତର ସମସ୍ତ ଗ୍ରାମ ଗୁଡିକୁ ଯାଇ ମରୁଡି ସ୍ଥିତି ଅନୁଧ୍ୟାନ କରିଥିଲେ । ସମସ୍ତ ଗ୍ରାମର ଚାଷ ଜମିକୁ ବୁଲି ଦେଖିଲା ପରେ ମରୁଡି ହୋଇଥିବା ସ୍ୱୀକାର କରି ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରି ଅତିଶିଘ୍ର କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଚାଷୀ ମାନଙ୍କୁ କ୍ଷୟକ୍ଷତି ରାଶି ପ୍ରଦାନ ସହିତ ଚାଷୀ କରିଥିବା କୃଷୀ ବୀମା ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image