Hindusthan Samachar
Banner 2 रविवार, नवम्बर 18, 2018 | समय 11:00 Hrs(IST) Sonali Sonali Sonali Singh Bisht

ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ଘୋଟାଲା

By HindusthanSamachar | Publish Date: Nov 10 2018 8:18PM
ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ଘୋଟାଲା
କୋରାଇ, ୧୦ ନଭେମ୍ବର(ହି.ସ.) - କୋରାଇ ବ୍ଲକ୍ ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ଏକ ସଂଘାତିକ ଘୋଟାଲା ଏବେ ସାମ୍ନାକୁ ଆସିଛି । ବ୍ଲକ୍ ଜଳ ଯୋଗାଣ ପ୍ରକଳ୍ପ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ପମ୍ପହାଉସ ଘର, ପାଇପ ଲାଇନ୍, ପାଚେରୀ ନିର୍ମାଣ ଆଦି ପାଇଁ ବିଭାଗ ପକ୍ଷରୁ ୮୩ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର ହୋଇଥିବା ବେଳେ ହେଉଥିବା ଠିକାକାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି । ଠିକାକାମରେ ନିମ୍ନମାନର ମେଟେରିଆଲ ବ୍ୟବହାର କରାଯାଉଥିବାର ଅଭିଯୋଗ ହୋଇଥିବା ସହ ଗ୍ରାମବାସୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ କରାଯାଇଛି । ଏଭଳି ଘଟଣା ଘଟିଛି ବ୍ଲକର ଧନେଶ୍ୱର ପଂଚାୟତ ମୃତ୍ୟୁଞ୍ଜୟପୁର ଗ୍ରାମ କାରଗୀଲ ଛକ ଠାରେ । ୨୦୧୫ ମସିହାରେ କାରଗୀ୍ ଛକ ଠାରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବା ଲକ୍ଷ୍ୟରେ ବୋରିଙ୍ଗ୍ କରାଯାଇଥିଲା । ହେଲେ ଖନନ ପରେ ଉକ୍ତ ସ୍ଥାନରୁ ପାନୀୟ ଉପଯୋଗୀ ଜଳ ବାହାରିନଥିଲା । ଫଳରେ ବିଭାଗ ପକ୍ଷରୁ ତାହାକୁ ଡ୍ୟାମେଜ ବା ଅନୁପଯୋଗୀ ବୋଲି ଘୋଷଣା କରାଯାଇଥିଲା । ଫଳରେ ପୁଣି ଆଉ ଏକ ଜଳପ୍ରକଳ୍ପ କରାଯିବାକୁ ସ୍ଥିର ହୋଇ ବୋରିଙ୍ଗ୍ କରାଯାଇଥିବା ବେଳେ ଏହାର ପମ୍ପହାଉସ୍ ନିର୍ମାଣ, ପାଇପ୍ଲାନ୍ ବିଛାଇବା ଆଦି କାମ ପାଇଁ ୮୩ ଲକ୍ଷ ଟଙ୍କାର ଠିକାକାମ ଜାରକା ସ୍ଥିତ ବିପିନ କୁମାର ଲେଙ୍କାଙ୍କୁ ଦିଆଯାଇଛି । କାର୍ଯ୍ୟ ଚାଲୁରହିଥିବା ବେଳେ ଠିକାକାମରେ ନିମ୍ନମାନର ମେଟେରିଆଲ ଆଦି ବ୍ୟବହାର କରାଯାଉଥିବାର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଆଜି ଗ୍ରାମବାସୀ କାର୍ଯ୍ୟବନ୍ଦ କରିଛନ୍ତି । ତେବେ ଠିକାକାମ କରୁଥିବା ଠିକାଦାର ଶ୍ରୀ ଲେଙ୍କାଙ୍କୁ ପଚାରିବାରୁ କାମ ପାଇଁ ଆସୁଥିବା ଇଟା ନିମ୍ନମାନର ଥିବାର ସ୍ୱିକାର କରିଛନ୍ତି । ଏନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ଇଟାର ବ୍ୟବହାର ବନ୍ଦ କରାଯାଇ ଆସନ୍ତାକାଲି ସୁଦ୍ଧା ଉନ୍ନତ ମାନର ଇଟାଆଣଇ ବ୍ୟବହାର କରାଯିବ ବୋଲି କଂହିଛନ୍ତି । ତେବେ ବିଭାଗୀୟ ଯନ୍ତ୍ରୀ ସୋମନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ଇଟାକୁ ଛାଡି ଅନ୍ୟ ସମସ୍ତ ମେଟେରିଆଲ ଠିକ ଥିବାର କହିଛନ୍ତି । ଆଗକୁ ଖରାଦିନ ଆସୁଥିବାରୁ ନିର୍ମାଣଧିନ ଜଳ ପ୍ରକଳ୍ପକୁ ସଠିକ ଭାବେ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି .......................................
image