Hindusthan Samachar
Banner 2 रविवार, नवम्बर 18, 2018 | समय 11:16 Hrs(IST) Sonali Sonali Sonali Singh Bisht

ମେକ-ଇନ-ଓଡ଼ିଶା କନକ୍ଲେଭ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

By HindusthanSamachar | Publish Date: Nov 10 2018 8:19PM
ମେକ-ଇନ-ଓଡ଼ିଶା କନକ୍ଲେଭ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୁବନେଶ୍ୱର, ୧୦ ନଭେମ୍ବର(ହି.ସ.) - ଆସନ୍ତାକାଲି ଜନତା ମୈଦାନରେ ଆରମ୍ଭ ହେବାକୁ ଯାଉଥିବା ୫ଦିନିଆ ମେକ-ଇନ-ଓଡ଼ିଶା କନ୍କ୍ଲେଭର ସୁରକ୍ଷା ପାଇଁ ୧୨ ପ୍ଲାଟୁନ ଫୋର୍ସ, ୪୦ ଜଣ ପୋଲିସ ଅଧିକାରୀ ଓ ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ଼ ମୁତୟନ ରହିବାର ବ୍ୟବସ୍ଥା କରାଯାଇଛି । ଦେଶର ପ୍ରତିଷ୍ଠିତ ଶିଳ୍ପପତିମାନଙ୍କ ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ରବିବାର ସକାଳେ ପୁରୀ ଏବଂ କୋଣାର୍କରେ ଏହି ଶିଳ୍ପ ମହାସଂଘ ପାଇଁ ଗଣଦୌଡ଼ର ଆୟୋଜନ କରାଯାଇଛି । ଏହି ଶିଳ୍ପମେଳା ପାଇଁ ଜନତା ମୈଦାନ ସମେତ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏଥିରେ ତିନିଶହରୁ ଉଦ୍ଧ୍ୱର୍ ଚିତ୍ରଶିଳ୍ପୀଙ୍କ ଦ୍ୱାରା ରାସ୍ତାର ଉଭୟ ପାଶ୍ୱର୍ର କାନ୍ଥରେ ବିଭିନ୍ନ ପ୍ରକାର ଓଡ଼ିଶାର କଳା, ସଂସ୍କୃତି, କ୍ରୀଡ଼ା ଭିତିକ ଚିତ୍ରମାନ ଅଙ୍କାଯାଇଛି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image