Hindusthan Samachar
Banner 2 रविवार, नवम्बर 18, 2018 | समय 07:19 Hrs(IST) Sonali Sonali Sonali Singh Bisht

ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି

By HindusthanSamachar | Publish Date: Nov 10 2018 8:19PM
ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) - କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ଅଣ୍ଡରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର କରିବାପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜିଲ୍ଲା ଅବକାରୀ ବିଭାଗର ନିଷ୍କ୍ରିୟତାରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏହି ସରକାରୀ ମଦ ଦୋକାନ ନିକଟରେ ଅଣ୍ଡରା ରାଜସ୍ୱ କାର୍ଯ୍ୟାଳୟ ଜଗନ୍ନାଥ ମନ୍ଦିର, ଉଷାଦେବୀ ମହିଳା ମହାବିଦ୍ୟାଳୟ, ସିଣ୍ଡିକେଟ୍ ବ୍ୟାଙ୍କ, କୃଷିସେବା ସମବାୟ ସମିତି, ଦୂର ସଂଚାର କେନ୍ଦ୍ର ଓ ପଂଚାୟତ ସମିତି କାର୍ଯ୍ୟାଳୟ ପ୍ରମୁଖ ଥିବାବେଳେ ଦୈନିକ ଶହ ଶହ ଛାତ୍ରୀ କଲେଜ୍କୁ ଯାଉଛନ୍ତି । ଏହାସହ ଏହି ସ୍ଥାନୀୟ ଜନସାଧାରଣ ଓ ସରକାରୀ କର୍ମଚାରୀମାନେ ଏହି କାର୍ଯ୍ୟାଳୟକୁ ଯାଉଥିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ଥିବା ସ୍ଥାନରେ ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଓଡିଶା ନିଶା ନିବାରଣ ସମିତିର ସଦସ୍ୟ ଗଦାଧର ମଲ୍ଲିକ ଦାବି କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି .......................................
image