Hindusthan Samachar
Banner 2 शुक्रवार, नवम्बर 16, 2018 | समय 23:10 Hrs(IST) Sonali Sonali Sonali Singh Bisht

ଆନ୍ତର୍ଜାତୀୟ ସ୍ତରୀୟ ରଷିଆ ସ୍କିଲ ହାଇଟେକ ପ୍ରିତଯୋଗିତାରେ କୋରାଇର ପୁଅ ଜେନୋଫେନ୍ଙ୍କ ବ୍ରୋଂଚ ପଦକ ହାସଲ

By HindusthanSamachar | Publish Date: Nov 10 2018 8:20PM
ଆନ୍ତର୍ଜାତୀୟ ସ୍ତରୀୟ ରଷିଆ ସ୍କିଲ ହାଇଟେକ ପ୍ରିତଯୋଗିତାରେ କୋରାଇର ପୁଅ ଜେନୋଫେନ୍ଙ୍କ ବ୍ରୋଂଚ ପଦକ ହାସଲ
କୋରାଇ, ୧୦ ନଭେମ୍ବର(ହି.ସ.) - ଯାଜପୁର ଜିଲାର କୋରାଇ ସ୍ଥିତ ଧନେଶ୍ୱର ଗାଁର ପୁଅ ଜେନୋଫେନ୍ ଦାସ ଆନ୍ତର୍ଜାତୀୟ ସ୍ତରୀୟ ରଷିଆ ସ୍କିଲ ହାଇଟେକ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାରକରୀ ବ୍ରୋଂଚ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ରଷିଆର ଏକ୍ତେରିନ ବର୍ଗ ଠାରେ ଅକ୍ଟୋବର ୨୫ରୁ ୨୭ ତାରିଖ ତିନିଦିନଧରି ରଷିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁରୋପ ଓ ଏସିଆ ମହାଦେଶରୁ ଭାରତ ସମେତ ୧୧ଟି ଦେଶରୁ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ପ୍ରତେକ ଦେଶରୁ ଦୁଇଜଣ ଲେଖାଏଁ ପ୍ରତିଯୋଗି ଯାଇଥିଲା ବେଳେ ଭାରତରୁ ଜେନୋଫେନ୍ ସହ ଦୁଇଜଣ ମନୋନୀତ ହୋଇ ଯାଇଥିଲେ । ଏଥିରେ ଜେନୋଫେନ୍ ତୃତୀୟ ସ୍ଥାନ ଅଧିକାର କରି ଭାରତପାଇଁ ବ୍ରୋଂଚ ପଦକ ଆଣିବାରେ ସଫଳ ହୋଇଥିଲେ । ୨୮ତାରିଖ ଉଦଯାପନି ଅବସରରେ ୱାରଲ୍ଡ ସ୍କିଲ ରଷିଆର ଡାରେକ୍ଟର ଜେନେରାଲ ରବର୍ଟ ୟୁରାଯୋଭ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ଭାରତ ପାଇ ଁ ଏହି ସଫଳତା ଆଣିଥିବା ଜେନୋଫେନ ଓଡିଶାର ଯାଜପୁର ଜିଲାର କୋରାଇ ସ୍ଥିତ ଧନେଶ୍ୱର ଗାଁର ଯୁଗାନ୍ତ କୁମାର ଦାସ ଓ ଶାନ୍ତିଲତା ଦାସ(ପଟ୍ଟନାୟକ)ଙ୍କ ବଡପୁଅ ତଥା ଶିକ୍ଷାବିତ ୰ ବାରିଜକୁମାର ଦାସଙ୍କ ନାତି । ସେ ଭୁବନେଶ୍ୱର ସ୍ଥିତ ସିଟିଟିସି(କଲେଜ)ରେ ମେକାନିକାଲ ଇଞ୍ଜିନିୟରିଙ୍ଗରେ ୪ର୍ଥ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି । ସେ ଇଂ ସ୍ୱଦେଶ ଭୁଷଣ ମିଶ୍ର, ଇଂ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ଇଂ ତରୁଣ ଚୌହାନଙ୍କ ତତ୍ୱାବଧନାରେ ଏହି କଲେଜ ପକ୍ଷରୁ ପ୍ରଥମେ ଗତ ଏପ୍ରିିଲ ମାସରେ ଅନୁଷ୍ଠିତ ଓଡିଶା ସ୍କିଲ କମ୍ପିଟିସନରେ ଭାଗନେଇ ୨ୟ ସ୍ଥାନ ଅଧିକାର କରିଥିଲେ । ଏଥିଯୋଗୁ ସେ ଅଗଷ୍ଟ ମାସରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ ଇଷ୍ଟ ରେଜିଓନାଲରେ ଭାଗନେବାକୁ ଯୋଗ୍ୟତା ଅର୍ଜନକରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଅକ୍ଟୋବର(୨୦୧୮) ମାସରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ ନେସନାଲ କମ୍ପିଟିସନକୁ ଯିବାକୁ ଯୋଗ୍ୟ ହୋଇଥିଲେ । ଏଥିରେ ସେ ଦ୍ୱିତୀୟ ସ୍ଥାନ ଅଧିକାରକରି ଅକ୍ଟୋବର ୨୫ରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ସ୍ତରୀୟ ରଷିଆ ସ୍କିଲ ହାଇଟେକ କମ୍ପିଟିସନରେ ଭାରତ ପକ୍ଷରୁ ଭାଗ ନେଇ ୩ୟ ହୋଇ ବ୍ରୋଂଚ ପଦକ ହାସଲ କରିଥିଲେ । ଏହି ସଫଳତା ଯୋଗୁ ଚଳିତ ନଭେମ୍ବର ମାସ ୨୫ ତାରିଖରେ ସାଉଦି ଆରବର ଆବୁଧାବି ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ସ୍ତରୀୟ ଆବୁଧାବି ସ୍କୁଲ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଜେନୋଫେନ ଯୋଗ୍ୟ ହୋଇଛନ୍ତି । ଅନ୍ୟପଷରରେ ରଷିଆ ସ୍କିଲରୁ ବ୍ରୋଂଚ ପଦକ ପାଇ ଆମ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦ ପକ୍ଷରୁ ଜେନୋଫେନଙ୍କୁ ଶୁଭେଚ୍ଛା ଜ୍ଞାନକରାଯାଇଛି । ସେ ଆବୁଧାବି ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ସ୍କିଲ ପ୍ରିତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଆମ ଭାରତପାଇ ସ୍ୱର୍ଣ୍ଣପଦକ ଆଣନ୍ତୁ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି .......................................
image