Hindusthan Samachar
Banner 2 रविवार, नवम्बर 18, 2018 | समय 07:10 Hrs(IST) Sonali Sonali Sonali Singh Bisht

କେନାଲରୁ ବାହାରୁଛି ଡିଜେଲ ଦେଖିବାକୁ ଭିଡ

By HindusthanSamachar | Publish Date: Nov 10 2018 8:20PM
କେନାଲରୁ ବାହାରୁଛି ଡିଜେଲ ଦେଖିବାକୁ ଭିଡ
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) - କେନ୍ଦ୍ରାପଡାରେ ଡିଜେଲ୍ ବାହାରୁଥିବା ନେଇ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଗରା ଗାଁ ନିକଟ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲର ଛନ୍ଦା ବରଗଛ ପାଖରେ ରାସ୍ତାକଡରେ ଥିବା ଏକ କଲର୍ଭଟର ସିମେଂଟ କାନ୍ଥ ନିକଟରୁ ଡିଜେଲ୍ ବାହାରୁଥିବା ଖବର ପ୍ରଚାର ହେବାପରେ ଘଟଣାସ୍ଥଳରେ ବହୁଲୋକ ରୁଣ୍ଡ ହୋଇଥିଲେ । ଖବରପାଇ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଘଟଣାସ୍ଥଳରେ ପହଁଚିବା ସହ ସରଜମିନ୍ ତଦନ୍ତ କରିଥିଲେ । ପାଣି ଫୋଟକା ଆକାରରେ ବାହାରୁଥିବା ଏହି ତୈଳାକ୍ତ ପଦାର୍ଥ ଉପରକୁ ଆସି ଫାଟିଯିବା ସହ ପାଣି ଉପରେ ଖେଳେଇ ହୋଇଯିବା ଓ ସେଥିରୁ ଡିଜେଲ୍ର ବାସ୍ନା ବାହାରିବା ଦେଖିବାକୁ ପାଇଥିଲେ । ଏହି ଘଟଣା ସମ୍ବନ୍ଧରେ ଜିଲ୍ଲାପାଳ ଦାଶରଥି ଶତପଥୀକୁ ଯୋଗାଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ଶତପଥିô ଏ ବାବଦରେ ବୈଜ୍ଞାନିକ ଟିମ୍ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ସହ ଯୋଗାଯୋଗ କରି ଏକ ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ପଠାଇବେ ବୋଲି ସୂଚନା ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି .......................................
image