Hindusthan Samachar
Banner 2 रविवार, नवम्बर 18, 2018 | समय 23:40 Hrs(IST) Sonali Sonali Sonali Singh Bisht

ସହକାରୀ ନିର୍ବାଚନ ଅଧିକାରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

By HindusthanSamachar | Publish Date: Nov 10 2018 8:20PM
ସହକାରୀ ନିର୍ବାଚନ ଅଧିକାରୀଙ୍କ କେନ୍ଦ୍ରାପଡ଼ା ଗସ୍ତ
କେନ୍ଦ୍ରାପଡ଼ା, ୧୦ ନଭେମ୍ବର(ହି.ସ.) - ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନର ନିର୍ବାଚନ ସମ୍ବନ୍ଧୀୟ ପ୍ରସ୍ତୃତି କାର୍ଯ୍ୟ କେତେଦୁର ଆଗେଇଛି ଏହାର ତଦାରଖ କରିବାପାଇଁ ରାଜ୍ୟ ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ କାଶୀନାଥ ସାହୁ ଶନିବାର କେନ୍ଦ୍ରାପଡାରେ ପହଁଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏହାସହ ଶ୍ରୀ ସାହୁ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଥିଲେ । କପାଳେଶ୍ୱରରେ ନିର୍ମାଣାଧିନ ୱେୟାର ହାଉସ୍ର ଅଗ୍ରଗତି ପରିଦର୍ଶନ କରିବା ସହ ଇଭିଏମ୍ ଗୋଦାମଘର ବୁଲି ଦେଖିଥିଲେ । ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଓ କେନ୍ଦ୍ରାପଡା ନିର୍ବାଚନ ଅଧିକାରୀ ବିକ୍ରମ କେଶରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି .......................................
image