Hindusthan Samachar
Banner 2 रविवार, नवम्बर 18, 2018 | समय 11:17 Hrs(IST) Sonali Sonali Sonali Singh Bisht

ଭୁବନରେ ଓଲି ମାସ୍କଟକୁ ବିପୁଳ ସ୍ୱାଗତ

By HindusthanSamachar | Publish Date: Nov 10 2018 8:21PM
ଭୁବନରେ ଓଲି ମାସ୍କଟକୁ ବିପୁଳ ସ୍ୱାଗତ
ଭୁବନ, ୧୦ ନଭେମ୍ବର(ହି.ସ.) - ପୁରୁଷ ହକି ବିଶ୍ୱ କପ ସକାଶେ ଓଡିଶା ସରକାର ଓଲି ମାସ୍କଟ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର କରୁଥିବାବେଳେ ଆଜି ଭୁବନରେ ଓଲି ମାସ୍କଟକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଧ୍ୟା ସାଢେ ୬ ଘଟିକା ସମୟରେ ଏକ ପ୍ରଚାର ଗାଡିରେ ଓଲି ମାସ୍କଟ ଭୁବନ ର କାଳିବଜାର ଛକରେ ପହଁଚଥିଲା । ମହିଳା ସ୍ୱୟଂ ସହୟକ ଗୋଷ୍ଠୀ ପକ୍ଷରୁ ବନ୍ଦାପନା କରାଯିବା ପରେ ଭୁବନ ନଗରବାସୀ ଙ୍କ ତରଫରୁ ସ୍ୱାଗତ ପର୍ବ ଆରମ୍ଭ ହୋଇଥିଲା । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ ମହାନ୍ତି ଙ୍କ ତତ୍ୱାବଧାନରେ କାଳୀବଜାର ବଣିକ ସଂଘ ତରଫରୁ ସଭାପତି ସମୀର କୁମାର ସାହୁ ଙ୍କ ସମେତ ବଣିକ ସଂଘ କର୍ମକର୍ତା, ନୂଆବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ, ବିଜେଡି ନେତା ସୁଧାକର ସାହୁ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୁଶାନ୍ତ ପୃଷ୍ଟି, ବିଜୁ ଯୁବ ବାହିନୀ ସଂଯୋଜକ ରାଜେନ୍ଦ୍ର ନାୟକ, ଶ୍ରମିକ ନେତା ଅଜୟ ସେଠୀ, ମହିଳା ମହାମଣ୍ଡଳ ସଭାନେତ୍ରୀ ଚାରୁଲତା ମହାନ୍ତି ଙ୍କ ସମେତ ଶତାଧିକ ବ୍ୟକ୍ତି ପ୍ରମୁଖ ଓଲି ମାସ୍କଟ କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ଓଡିଶାରେ ଆୟୋଜିତ ହକି ବିଶ୍ୱକପ ର ସଫଳତା ପାଇଁ ମା କାଳୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି .......................................
image