Hindusthan Samachar
Banner 2 गुरुवार, मार्च 21, 2019 | समय 07:42 Hrs(IST) Sonali Sonali Sonali Singh Bisht

ବିଜେପିର ରୋଡ ସୋ ଓ ପଥପ୍ରାନ୍ତ ସଭା

By HindusthanSamachar | Publish Date: Nov 10 2018 8:05PM
ବିଜେପିର ରୋଡ ସୋ ଓ ପଥପ୍ରାନ୍ତ ସଭା
ଧର୍ମଶାଳା,୧୦ନଭେମ୍ବର(ହି.ସ.) - ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି । ବିଜେପି ଦଳୀୟ କର୍ମୀମାନଙ୍କ ଉତ୍ସାହ ସେତିକି ଦେଖିବାକୁ ମିଳିଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ବିଜେପି ଦିନକୁ ଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକମାନଙ୍କ ନିକଟତର ହେବାକୁ ଲାଗିଛି । ଏହି ଅବସରରେ ବିଜେପି ନେତା ରମେଶ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଥାନୁଆଳ ପଂଚାୟତରେ ବାଇକ୍ ରାଲି ମାଧ୍ୟମରେ ରୋଡ ସୋ ଓ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ କର୍ମୀ ଅନ୍ୟ ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୧୩ ନଂ ମଣ୍ଡଳ ସଭାପତି ଚୈତନ୍ୟ ସାମଲଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପରିଡା,ଜିଲା ଯୁବ ମୋର୍ଚ୍ଚା ସଭାପତି ଆଲୋକଜାଣ୍ଡାର ଦାସ,ସୁବାସ ଜେନା,ସୀତାକାନ୍ତ ଶତପଥୀ,ମହେନ୍ଦ୍ର ପଣ୍ହା,ବାମଦେବ ପାଢୀ,ଗଗନ ବିହାରୀ ଦାସ,ସଂଜୟ ଲେଙ୍କା,ମହିଳା ନେତ୍ରୀ ସ୍ନେହଲତା ଦୋରା,ପୁରୁଷୋତମ ଜେନା, ଓ ମଂଟୁ ସାମଲ ପ୍ରମୁଖ ବରିଷ୍ଠ ନେତାମାନେ ଯୋଗ ଦେଇ ଘରକୁ ଘର ଯାଇ ଲୋକମାନଙ୍କୁ ବିଜେପି ସରକାରଙ୍କ ସଫଳତା ଓ ବିଜେଡିର ଦୁର୍ନୀତି ଉପରେ ବୁଝାଇଥିଲେ । ରଘୁନାଥପୁର ଗ୍ରାମର ଶତାଧିକ ମହିଳା ବିଜେପିରେ ଯୋଗ ଦେଇଥିବା ଜଣାପଡିଛି । ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ /ବନ୍ଦନା ................
लोकप्रिय खबरें
फोटो और वीडियो गैलरी
image