Hindusthan Samachar
Banner 2 रविवार, नवम्बर 18, 2018 | समय 08:03 Hrs(IST) Sonali Sonali Sonali Singh Bisht

ମନ୍ତ୍ରୀ ବଦ୍ରୀ ପାତ୍ରଙ୍କୁ ବରଖାସ୍ତ କରିବାକୁ କଂଗ୍ରେସର ଦାବି

By HindusthanSamachar | Publish Date: Nov 10 2018 7:59PM
ମନ୍ତ୍ରୀ ବଦ୍ରୀ ପାତ୍ରଙ୍କୁ ବରଖାସ୍ତ କରିବାକୁ କଂଗ୍ରେସର ଦାବି
ଭୁବନେଶ୍ୱର, ୧୦ ନଭେମ୍ବର- ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗୋଟିଏ ପୁଅ ଅପରାଧିକ ମାଲାରେ ଜେଲ୍ ରେଥିବା ବେଳେ ଆଉ ଜଣେ ପୁଅ ଆତଙ୍କ ସୃଷ୍ଟି କରୁଥିଲେ ହେଁ ତାଙ୍କୁ ଗିରଫ କରାଯାଉ ନାହିଁ । ଏଭଳି ସ୍ଥିତିରେ ବଦ୍ରି ପାତ୍ରଙ୍କୁ ମନ୍ତ୍ରି ମଣ୍ଡଳରୁ ବରଖାସ୍ତ କରିବାକୁ ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଦାବି କରିଛନ୍ତି । ଏହା ଉପରେ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସେଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ରାଜ୍ୟର ଗୃହ ବିଭାଗ ଦାୟିତ୍ୱରେ ନିଜେ ମୁଖ୍ୟମନ୍ତ୍ରୀ ଆଜକୁ ୧୯ ବର୍ଷ ହେଲା ରହିଲେଣି । ରାଜ୍ୟର ପୋଲିସ୍ ପ୍ରଶାସନ ଯେ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଓକିଲଙ୍କୁ ମାଡ଼ମାରିବା ଘଟଣାରେ ଦୀର୍ଘ ୨ ମାସରୁ ଉଦ୍ଧ୍ୱର୍ ଦିନ ହେବ କୋର୍ଟ କଚେରୀ ବନ୍ଦ ହୋଇପଡ଼ିଛି । ଏଭଳି ଏକ ସମୟରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଗୋଟିଏ ପୁଅ ସଙ୍ଗୀନ ଅପରାଧରେ ଜେଲ୍ରେ ଥିଲାବେଳେ ୪ର୍ଥ ପୁତ୍ରକୁ ପୋଲିସ୍ ଗିରଫ ନକରିବାର କାରଣ କ’ଣ ବୋଲି ଡଃ ଜ୍ଞାନେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି । ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଠାରୁ ଇସ୍ତଫା ନେବାବେଳେ ମୁଖ୍ୟମନ୍ତ୍ରୀ ଯେଉଁ ତତ୍ପରତା ପ୍ରକାଶ କରିଥିଲେ ବଦ୍ରୀଙ୍କ କ୍ଷେତ୍ରରେ ଦୀର୍ଘ ଦେଢମାସ ହେବ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ସେ ତାଙ୍କ ପ୍ରଶ୍ନକୁ ଦୋହରାଇଛନ୍ତି । ଡଃ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ ସାଧାରଣ ଭାବେ ଚର୍ଚ୍ଚା ହେଉଛି ଯେ, ଦଳୀୟ ପାଣ୍ଠି ସଂଗ୍ରହରେ ବଦ୍ରୀ ବାବୁଙ୍କର ଏକ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରୁ ନାହାଁନ୍ତି । ଯଦି ଏହା ସତ୍ୟ ହୋଇଥାଏ, ତେବେ ମୁଖ୍ୟମନ୍ତ୍ରୀ ଯେ ନିଆଁକୁ ନିଜ ଅଂଟିରେ ପୁରାଇଛନ୍ତି, ଭବିଷ୍ୟତରେ ଯେ ତାଙ୍କ ନିଜ ପାଇଁ କାଳ ହେବ ଏହା ଡଃ ଜ୍ଞାନେନ୍ଦ୍ର ଚେତାଇ ଦେବା ସହ ବଦ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବରଖାସ୍ତ କରିବାକୁ ଦୃଢ ଦାବି କରିଛନ୍ତି । .................
image