Hindusthan Samachar
Banner 2 रविवार, नवम्बर 18, 2018 | समय 07:58 Hrs(IST) Sonali Sonali Sonali Singh Bisht

ବିଜେପି ଭୁବନେଶ୍ୱର ଜିଲ୍ଲାର ନୂତନ ପଦାଧିକାରୀଙ୍କ ନାମ ଘୋଷଣା

By HindusthanSamachar | Publish Date: Nov 10 2018 7:59PM
ବିଜେପି ଭୁବନେଶ୍ୱର ଜିଲ୍ଲାର ନୂତନ ପଦାଧିକାରୀଙ୍କ ନାମ ଘୋଷଣା
ଭୁବନେଶ୍ୱର, ୧୦ ନଭେମ୍ବର- ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ଅନୁମୋଦନ କ୍ରମେ ମିନତି ବାରିକଙ୍କୁ ଜିଲ୍ଲା ସଂପାଦକ ରୁପେ ଦାୟିତ୍ୱ ପ୍ରଦାନ କରାଯାଇଅଛି । ସେହିପରି ଓବିସି ମୋର୍ଚ୍ଚା ଉପସଭାପତି ଦାୟିତ୍ୱ ଶୁଶାନ୍ତ କୁମାର ସାହୁଙ୍କୁ ମିଳିଥିବା ବେଳେ ସାଧାରଣ ସଂପାଦକ ଦାୟିତ୍ୱ ସୁରେନ୍ଦ୍ର ପ୍ରଧାନଙ୍କୁ ମିଳିଛି । ସେହିପରି ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ରୂପେ ପିୟୁଶ କୁମାର ସାହୁ, ସଂପାଦକ ରୂପେ ରାଜେଶ ପୃଷ୍ଟି ଓ ଜନ୍ମଜେୟ ରାଉତ, ସଂଯୋଜକ ଦାୟିତ୍ୱରେ ସସ୍ମିତା ନାୟକ, ବିଜେନ୍ଦ୍ର ପଢିଆରୀ, ସୁଧାଂଶୁ ମହାନ୍ତି, ଚନ୍ଦ୍ରପ୍ରତାପ ସାମଲ, ଦେବାଶିଷ ନାୟକ ଏବଂ ଓମ ଶୁଭମ୍ ମନୋନିତ ହୋଇଛନ୍ତି । ଅଂଚଳର ବିକାଶ ଓ ଜନସାଧାରଣଙ୍କ ସୁଖ ସୁବିଧାରେ ଯୋଡି ହେବାପାଇଁ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ନୂତନ ଦାୟିତ୍ୱ ପାଇଥିବା ପଦାଧିକାରୀଙ୍କ ନିକଟରେ ଆଶାବ୍ୟକ୍ତ ପ୍ରକାଶ କରିଛନ୍ତି ବୋଲି ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ କେଶରୀ ନାୟକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ......................
image