Hindusthan Samachar
Banner 2 रविवार, नवम्बर 18, 2018 | समय 07:26 Hrs(IST) Sonali Sonali Sonali Singh Bisht

ଆଜିଠାରୁ ଯୁବ ମୋର୍ଚ୍ଚାର ଯୁବ ଅଧିକାର ସଂଘର୍ଷ ଯାତ୍ରା

By HindusthanSamachar | Publish Date: Nov 10 2018 7:59PM
ଆଜିଠାରୁ ଯୁବ ମୋର୍ଚ୍ଚାର ଯୁବ ଅଧିକାର ସଂଘର୍ଷ ଯାତ୍ରା
ଭୁବନେଶ୍ୱର, ୧୦ ନଭେମ୍ବର- ଓଡିଆ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଦାବି ନେଇ ରବିବାର ଠାରୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ଯାତ୍ରା’ ଆରମ୍ଭ ହେବ ।ଏହି ‘ଯୁବ ଅଧିକାର ସଂଘର୍ଷ ଯାତ୍ରା’ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ମଧୁବାବୁଙ୍କ ଜନ୍ମସ୍ଥାନ କଟକ ସତ୍ୟଭାମାପୁରରୁ ପଦଯାତ୍ରା ଆରମ୍ଭ ହୋଇ ସୋମବାର ଦିନ ଭୁବନେଶ୍ୱରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂତି ପାଖରେ ପହଂଚିବ । ଓଡିଶା ଯୁବକ ମାନଙ୍କ ଲଢେଇରେ ସାମିଲ ହୋଇ ବିଜେପିଯୁବ ମୋର୍ଚ୍ଚା ଏହି ପଦଯାତ୍ରା ମାଧ୍ୟମରେ ଏକ ନିର୍ଣ୍ଣାୟକ ଲଢେଇ କରିବ । ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ ବୋଲି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି । .............................
image