Hindusthan Samachar
Banner 2 शुक्रवार, नवम्बर 16, 2018 | समय 23:26 Hrs(IST) Sonali Sonali Sonali Singh Bisht

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ସମୀକ୍ଷାକଲେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ

By HindusthanSamachar | Publish Date: Nov 10 2018 7:33PM
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ସମୀକ୍ଷାକଲେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ
କେନ୍ଦୁଝର, ୧୦ ନଭେମ୍ବର (ହି.ସ.)- ଓଡିଶା ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ଏହି ଉପଲକ୍ଷେ ଶନିବାର ଅପରାହ୍ନରେ ଦରବାର ହଲ୍ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍ରେ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ତଥା ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରସ୍ତୁତି କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ଯେହେତୁ ଭୋଟର ତାଲିକାରେ ନୂଆ ଭୋଟରଙ୍କ ପଞ୍ଜିକରଣ,ବିଯୋଗ ଏବଂ ପରିବର୍ତନ କରିବାର ସମୟସୀମା ନିର୍ବାଚନ କମିଶନ ନଭେମ୍ବର ୧୫ ତାରିଖକୁ ପରିବର୍ତିତ କରିଛନ୍ତି, ସେଥିପାଇଁ କିପରି ସମସ୍ତ ଯୋଗ୍ୟ ଭୋଟର, ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଡିଓ ତଥା ସହକାରୀ ଇଲେକଟୋରାଲ୍ ରେଜିଷ୍ଟ୍ରେସନ ଅଫିସରମାନଙ୍କୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ । କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡନ୍ତି, ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଭୋଟର ତାଲିକାରେ ନାମ ଯୋଗ,ବିଯୋଗ ଓ ପରିବର୍ତନ ପାଇଁ ଗ୍ରହଣ କରାଯାଉଥିବା ଦରଖାସ୍ତଗୁଡିକୁ ସଠିକ୍ ଭାବେ କମ୍ପ୍ୟୁଟରୀକରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏତଦ୍ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନ ସଂପର୍କିତ ବିଭିନ୍ନ ପ୍ରସଙ୍ଗ, ଇଭିଏମ୍ ଓ ଭିଭିପାର୍ଟର ଫାଷ୍ଟଲେବଲ ଚେକିଂ ଇତ୍ୟାଦି ବିଷୟରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ସମୀକ୍ଷା କରି ପ୍ରସ୍ତୁତି କାର୍ଯ୍ୟ ନିଷ୍ଠାର ସହ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ପିଡି ଡିଆର୍ଡିଏ ନୃସିଂହଚରଣ ସ୍ୱାଇଁ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡିଆର୍ଡିଏ ଲିଲିକୁମାରୀ କୁଲୁ,ଡେପୁଟି କଲେକ୍ଟର ନିର୍ବାଚନ ରାମଚନ୍ଦ୍ର କିସ୍କୁ,ସମସ୍ତ ବିଡିଓ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଦରବାର ହଲରେ ସମୀକ୍ଷା ପୂର୍ବରୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କର କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ,ଚମ୍ପୁଆ ଓ ଆନନ୍ଦପୁର ଉପଖଣ୍ଡର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନର ଅଗ୍ରଗତି ଉପଖଣ୍ଡୱାରୀ ସମୀକ୍ଷା କରିଥିଲେ । କେତେକ ବ୍ଲକର ବୁଥ୍ ଲେବେଲ ଅଫିସର,ସୁପରଭାଇଜରମାନଙ୍କ ସହ ସିଧାସଳଖ ଆଲୋଚନା କରି ସଂଶୋଧନ ପ୍ରକ୍ରିୟାରେ ଦେଖା ଯାଉଥିବା ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଭୋଟର ତାଲିକାରେ ଯୋଗ ହେବାକୁ ଥିବା ସମସ୍ତ ଯୋଗ୍ୟ ଭୋଟରମାନଙ୍କ ଶତ ପ୍ରତିଶତ ଫର୍ମ ସଂଗ୍ରହ ପାଇଁ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ କହିଥିଲେ । ହିନ୍ଦୁସ୍ଥାନ ସମାଚାର / ବିଭୁତି ...................
image