Hindusthan Samachar
Banner 2 सोमवार, नवम्बर 19, 2018 | समय 00:21 Hrs(IST) Sonali Sonali Sonali Singh Bisht

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଜଟଣୀ ତରାବୋଇ ପଂଚାୟତ ପାଇଁ ୨୫ ଲକ୍ଷ ଟଙ୍କା ମଂଜୁର

By HindusthanSamachar | Publish Date: Nov 10 2018 7:33PM
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଜଟଣୀ ତରାବୋଇ ପଂଚାୟତ ପାଇଁ  ୨୫ ଲକ୍ଷ ଟଙ୍କା ମଂଜୁର
ଜଟଣୀ, ୧୦ ନଭେମ୍ବର(ହି.ସ.) - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ ମାଧ୍ୟମରେ ଖୋର୍ଦ୍ଧାଜିଲା, ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ପଂଚାୟତର ବିଭିନ୍ନ ଉନ୍ନୟନ ପାଇଁ ଏହି ଯୋଜନାରେ ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପଂଚାୟତର ଆଦିବାସୀ ସାହି କୋଠଘର ପାଇଁ ୩ ଲକ୍ଷ ଟଙ୍କା, ହରିଡାମଡା ମୁସଲିମ ସାହି କୋଠଘର ପାଇଁ ୩ ଲକ୍ଷ, ମଣିପୁର ମୁସଲିମ ସାହି କୋଠ ଘର ପାଇଁ ୩ ଲକ୍ଷ ଓ ରାମମନ୍ଦିର ପାଖ କୋଠଘର ପାଇଁ ଅଢେଇ ଲକ୍ଷ ଟଙ୍କା, ବାବଜା ମୁସଲିମ ସାହି କୋଠ ଘର ପାଇଁ ସାଢେ ୩ ଲକ୍ଷ ଟଙ୍କା, ଖଣ୍ଡୁଆଳ ମନ୍ଦିର ପାଶ୍ୱର୍ କୋଠଘର ପାଇଁ ଅଢେଇ ଲକ୍ଷ, ମେଳାଘର ପାଇଁ ଅଢେଇଲକ୍ଷ, ଭୋଇସାହି କୋଠ ଘର ପାଇଁ ଅଢେଇ ଲକ୍ଷ ଓ ଝାଡେଶ୍ୱରୀ ମନ୍ଦିର କୋଠ ଘର ପାଇଁ ଅଢେଇ ଲକ୍ଷଟଙ୍କା ମଞ୍ଜୁର ହୋଇଛି । ଏହି ଅନୁଦାନ ମିଳିଥିବା ପ୍ରକଳ୍ପ ଅଂଚଳକୁ ଆଜି ଖୋର୍ଦ୍ଧାଜିଲ୍ଲା ପରିଷଦ ଅଧ୍ୟକ୍ଷ - ପ୍ରଫୁଲ ଦଳେଇ, ଜଟଣୀ ବ୍ଲକ ପୁର୍ବତନ ଅଧ୍ୟକ୍ଷ- ଦୀପକ ଜେନା, ଉପାଧ୍ୟକ୍ଷ- ଅମୀୟ ପ୍ରସାଦ ଦଳେଇ ତରାବୋଇ ସରପଂଚ- ସକିରା ଅବରାର, ସମିତିସଭ୍ୟା - ଜୟନ୍ତୀ ଛୋଟ୍ଟରାୟ, ଓ ସମସ୍ତ ୱାର୍ଡମେମ୍ବର ମାନେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ରଙ୍ଗନାଥ/ବନ୍ଦନା .................
image