Hindusthan Samachar
Banner 2 रविवार, नवम्बर 18, 2018 | समय 23:39 Hrs(IST) Sonali Sonali Sonali Singh Bisht

ଯୁବ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ

By HindusthanSamachar | Publish Date: Nov 10 2018 7:33PM
ଯୁବ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ
ଧର୍ମଶାଳା,୧୦ନଭେମ୍ବର(ହି.ସ.) - ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଜାରକା ଶାଖା ପକ୍ଷରୁ ଏକ ଦିବସୀୟ ‘ଯୁବ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା’ ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀଠାରେ ଅନୁଷ୍ଠିତ ହୋଇଯାଇଛି । ନୈତିକ ଓ ଆଧ୍ୟାତ୍ମୀକ ଶିକ୍ଷା ଯୁବ ସମାଜର ବିକ୍ତିତ୍ୱ ବିକାଶର ମୂଳଦୁଆ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବ୍ରହ୍ମକୁମାରୀ ଅଳିଅଳି ଭଉଣୀଙ୍କ ସଂଯୋଜନାରେ ଅତିଥି ବିକେ ତିଲୋତମା ଭଉଣୀ,ପ୍ରଧ୍ୟାପକ ମନୋରଂଜନ ମହାନ୍ତି,ସ୍ତମ୍ବକାର ଡ. ପୁରୁଷୋତମ ବିଶ୍ୱାଳ,ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ,ବିକେ ସରୋଜ ଭାଇ ପ୍ରମୁଖ ଯୋଗ ଦେଇ ଜୀବନର ଲକ୍ଷ୍ୟ ସ୍ଥିର କରିବା ସହ ପୂରଣ ପାଇଁ ଯୋଜନା କରିବା,ଯୁବକମାନେ ସମୟର ପରିଚାଳନା କରିବା,ଯୁବକମାନେ ବ୍ୟକ୍ତି କେନ୍ଦ୍ରିକରୁ ସମାଜ କେନ୍ଦ୍ରିକ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱେଚ୍ଛାସେବୀ ହେମନ୍ତ ଭାଇ ଯୁବକ ଯୁବତୀମାନଙ୍କୁ ନିଶା ସେବନ ନ କରିବାକୁ ଶପଥ ପାଠ କରାଇଥିଲେ ଓ ସେବାକେନ୍ଦ୍ରର ବ୍ରହ୍ମକୁମାର ଭାଇ ଓ ଭଉଣୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ଧର୍ମଶାଳା ଅଂଚଳର ୪୦ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିବା ଜଣାପଡିଛି । ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ /ବନ୍ଦନା ..................
image