Hindusthan Samachar
Banner 2 रविवार, नवम्बर 18, 2018 | समय 07:31 Hrs(IST) Sonali Sonali Sonali Singh Bisht

କାଳୀ ପଡିଆରେ ଜିଲ୍ଲା କଳାକାରଙ୍କ କଳାଚାତୁର୍ଯ୍ୟ ମନମୋହିଲା ଅଗଣିତ ଦର୍ଶକଙ୍କର

By HindusthanSamachar | Publish Date: Nov 10 2018 7:11PM
କାଳୀ ପଡିଆରେ ଜିଲ୍ଲା କଳାକାରଙ୍କ  କଳାଚାତୁର୍ଯ୍ୟ ମନମୋହିଲା ଅଗଣିତ ଦର୍ଶକଙ୍କର
କେନ୍ଦୁଝର, ୧୦ନଭେମ୍ବର (ହି.ସ.) - ପବିତ୍ର କାଳୀପୂଜା ଅବସରରେ କେନ୍ଦୁଝର ଜିଲ୍ଲା କଳାକାର ସଂଘ ପକ୍ଷରୁ ସ୍ଥାନୀୟ କାଳୀପଡିଆଠାରେ ‘କାଳୀପୂଜା ମହୋତ୍ସବ -୨୦୧୮’ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା କଳାକାର ସଂଘର ସଭାପତି ଆଶିଷ ଚକ୍ରବର୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସାହିତ୍ୟ,ସଂଗୀତ,କଳାର ଅଭିବୃଦ୍ଧି ନଘଟିଲେ ଗୋଟିଏ ଜାତି ତା’ର ପରିଚୟ ପାଇନଥାଏ ବୋଲି ମତବ୍ୟକ୍ତ କରିବା ସହ ଜିଲ୍ଲାର ଶହ ଶହ କଳାକାରମାନଙ୍କୁ ଏକାଠି କରି କଳାକାର ସଂଘ ଯେଉଁ ମଂଚ ପ୍ରସ୍ତୁତ କରିଛି ତାହାର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସତ୍ୟନାରାୟଣ ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ କେନ୍ଦୁଝର ଜିଲ୍ଲାର କଳା ଓ ସଂସ୍କୃତିକୁ ବଜାଇ ରଖିବାରେ କଳାକାର ସଂଘ କରିଥିବା ପ୍ରୟାସକୁ ସାଧୁବାଦ ଜଣାଇବା ସହ କଳାର ବିକାଶ ଘଟିଲେ ଜିଲ୍ଲା ଆଗେଇବ ବୋଲି ମତ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁର, ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ଦୀପକ ମିଶ୍ର, କେନ୍ଦୁଝର କାଳୀତୀର୍ଥ କମିଟିର ସଭାପତି ହିମାଂଶୁ ଶେଖର ମିଶ୍ର,ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାର ଲୁକ୍କାୟିତ କଳା, ସଂସ୍କୃତିକୁ ଲୋକଲୋଚନକୁ ଆଣିବାରେ କଳାକାର ସଂଘର ପ୍ରୟାସକୁ ପ୍ରଶଂସା କରିବା ସହ ସମସ୍ତ କଳାକାରମାନଙ୍କର ଉତରତୋର ଉନ୍ନତି କାମନା କରିଥିଲେ । ଜିଲ୍ଲା କଳାକାର ସଂଘର ସଭାପତି ଆଶିଷ ଚକ୍ରବର୍ତୀ ତାକ୍ତ ବକ୍ତବ୍ୟରେ କେନ୍ଦୁଝରର ବିଶେଷତ୍ୱ ସଂପର୍କରେ ଆଲୋଚନା କରି ଅନନ୍ୟ କଳାର ଦେବଭୂମୀ କେନ୍ଦୁଝର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା କଳାକାର ସଂଘର ସାଧାରଣ ସଂପାଦକ ନିର୍ମଳ ଚନ୍ଦ୍ର ନାୟକ ନିଜ ବକ୍ତବ୍ୟରେ କେନ୍ଦୁଝର ଜିଲ୍ଲାରେ ଲୁଚି ରହିଥିବା କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା କଳାକାର ସଂଘର ସହ ସଂପାଦିକା ଶୁଭଶ୍ରୀ ପଟ୍ଟନାୟକ, ସଂଘର ନୃତ୍ୟ ନିର୍ଦ୍ଦେଶକ ଗୁରୁ ଦାସ, ସଦସ୍ୟ ଦୂର୍ଯ୍ୟୋଧନ ମୁଦୁଲି, ସଦସ୍ୟା ପୁଷ୍ପଲତା ପ୍ରଧାନ, ଶାନ୍ତିଲତା ସିଂହଦେଓ, ଦୀପ୍ତିମୟୀ ପତି, ଦମୟନ୍ତୀ ସାହୁ,ବବିତା ପ୍ରଧାନ, ସୁଶ୍ରୀ ସ୍ମାରକୀ ମିଶ୍ର, ଶିଳ୍ପା ସେଠୀ, ମାନସୀ ମହାନ୍ତି, ଚଂଚଳା ଦାସ,ପ୍ରଭାସିନୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାଳୀପୂଜା ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ବର୍ଷା କ୍ଲବ ପକ୍ଷରୁ ନୃତ୍ୟ ଏବଂ ପୁରୀର ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାଳୀପୂଜା ମହୋତ୍ସବ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୧ ତାରିଖ ରବିବାର ସନ୍ଧ୍ୟାରେ ବିଶିଷ୍ଠ କଣ୍ଠଶିଳ୍ପୀ ପଙ୍କଜ ଜାଲ ଓ ସାଥୀ,୧୨ତାରିଖ ସୋମବାର ସନ୍ଧ୍ୟାରେ ସମ୍ବଲପୁରୀ ଅର୍କେଷ୍ଟ୍ରା,୧୪ ତାରିଖ ବୁଧବାର ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ତାଙ୍କର ଟିମ୍ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା କେନ୍ଦୁଝର ଜିଲ୍ଲା କଳାକାର ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ହିନ୍ଦୁସ୍ଥାନ ସମାଚାର/ବିଭୂତି/ବୀଣାପାଣି .......................................
image