Hindusthan Samachar
Banner 2 शनिवार, नवम्बर 17, 2018 | समय 00:19 Hrs(IST) Sonali Sonali Sonali Singh Bisht

ବୌଦ୍ଧ ଠାରେ ଶୁଖିଲା ପଡିଲାଣି ମହାନଦୀ

By HindusthanSamachar | Publish Date: Nov 10 2018 7:11PM
ବୌଦ୍ଧ ଠାରେ ଶୁଖିଲା ପଡିଲାଣି ମହାନଦୀ
ବୌଦ୍ଧ, ୧୦ ନଭେମ୍ବର(ହି.ସ.) - ଗଡଜାତ ବୌଦ୍ଧ ସହର ମହାନଦୀ କୁଳରେ ଅବସ୍ଥିତ । ସହର ବାସୀ ମହାନଦୀ ପାଣି ଉପରେ ନିର୍ଭର କରି ଚଳିଥାନ୍ତି । କିନ୍ତୁ ଏବେଠୁ ମହାନଦୀ ଶୁଖିଲା ପଡିଲାଣି । ମହାନଦୀ କୂଳରେ ରହି ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ଆଗକୁ ଅବସ୍ଥା ଅସମ୍ଭାଳ ହେବା ନେଇ ଲୋକଙ୍କ ମନରେ ଆଶଙ୍କା ଦେଖା ଦେଲାଣି । ମହାନଦୀରେ ପ୍ରଚୁର ଭାବରେ ବାଲି ପଡିବା ଫଳରେ ସହର କୁଳରେ ଥିବା ଜଳଧାର ବନ୍ଦ ହୋଇଯାଇଛି । ଏହା ଯୋଗୁଁ ସହରର ଓ୍ୟାର୍ଡ ନଂ ୧, ୨, ୩, ୪, ୫, ଓ ୭ର ଅଧିବାସୀଙ୍କ ପାଇଁ ଏବେଠୁ ଜଳକଷ୍ଟ ଆରମ୍ଭ ହୋଇଥିବା ଆଗାମୀ ଦିନରେ ସହରବାସୀ ସୁଦ୍ଧ ପାନୀୟ ଜଳଯୋଗାଣରୁ ମଧ୍ୟ ବଂଚିତ ହେବାର ସମ୍ଭାବନା ରହିଛି । ପ୍ରତିବର୍ଷ ଗ୍ରୀଷ୍ମଋତୁ ପୁର୍ବରୁ ଜନସ୍ୱାସ୍ଥ୍ୟ ଉପଖଣ୍ଡ ବିଭାଗ ପକ୍ଷରୁ ମହାନଦୀର ମୁଖ୍ୟସ୍ରୋତରୁ ପାଣିଧାର ଅଣାଯାଇଥାଏ । କିନ୍ତୁ ଏବର୍ଷ ଏବେଠୁ ସହରର ଆଡକୁ ପାଣି ଶୁଖିଟିବା ସହ ପାଣି ଆସୁନଥିବାରୁ ସହରରର ଏକ ପ୍ରତିନିଧି ଦଳ ବାଚସ୍ପତି ପ୍ରଦିପ କୁମାର ଅମାତ ଓ ଜିଲାପାଳ ସୁଧାଂଶୁ କୁମାର ରାଉତଙ୍କ ସହିତ ସାକ୍ଷାତ କରି ତୁରନ୍ତ ସମାଧାନ କରିବା ପାଇଁ ଦାବୀ ଜଣାଇଥିଲେ । ଅଭିଯୋଗ ପରେ ଜିଲାପାଳ ନିର୍ବାହୀ ଅଧିକାରୀ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ୟା ବିଷୟରେ ଆଲୋଚନା କରି ଶିଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଯୋଜନା ହାତକୁ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳରେ ଦେବାଶିଷ ପୁରୋହିତ, ସନ୍ତୋଷ କୁମାର ନାୟକ, ରଜତ କୁମାର ମହାପାତ୍ର, ଦିଲୀପ କୁମାର କର, ସତ୍ୟ ନାରାୟଣ ମିଶ୍ର, ତପନ ମିଶ୍ର, ଆଶିଷ ମହାପାତ୍ର, ବସନ୍ତ କୁମାର ବଡମାଳି, ପ୍ରଦୋଷ କୁମାର ମିଶ୍ର, ବଳରାମ ନାଏକ, ଜନାର୍ଦନ ମିଶ୍ର, ମୀନକେତନ ବାଘ, ପଂଚାନନ ଦଳେଇ, ବଟକୃଷ୍ଣ ଗୁରୁ, ଅନିଲ କୁମାର ମହାପାତ୍ର, ଶେଷଦେବ ମଲ୍ଲିକ, ଶ୍ୟାମସୁନ୍ଦର ବାରିକ, ରବିନ୍ଦ୍ର ପଣ୍ଡା, ଇ. କେଦାରନାଥ ପାତ୍ର, ରଞନ କୁମାର ସାମଲ ଓ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ । ହିନ୍ଦୁସ୍ଥାନ ସମାଚାର/ସମ୍ପତ/ବୀଣାପାଣି .......................................
image