Hindusthan Samachar
Banner 2 रविवार, नवम्बर 18, 2018 | समय 11:21 Hrs(IST) Sonali Sonali Sonali Singh Bisht

ମା’ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

By HindusthanSamachar | Publish Date: Nov 10 2018 7:14PM
ମା’ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ
ଭଦ୍ରକ, ୧୦ ନଭେମ୍ବର (ହି.ସ.) - ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଂଚମ ଦିନରେ ଆଜି ମା’ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା,ଖଡ୍ଗ ଧାରଣ କରି ଚତୁର୍ଦ୍ଧାମର୍ତୀରେ ପ୍ରକଟ ହୋଇଛନ୍ତି । ମା’ଙ୍କର ଏହି ବେଶ ଦେଖିବା ସହିତ ମନ୍ଦିର ବାହାରେ ନିର୍ମିତ ବାରୁଆଳୀ ମୂର୍ତି ଦେଖିବା ଲାଗି ମଧ୍ୟ ଲୋକେ ଆକର୍ଷିତ ହେଉଛନ୍ତି । ଭକ୍ତମାନେ ପୀଠରେ ଚାଲିଥିବା ଯଜ୍ଞ, ହୋମ ମଧ୍ୟ ଦର୍ଶନ କରିଛନ୍ତି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି । ଆଦ୍ୟାଶକ୍ତି ମା’ ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ଜଗତର ପାଳନ କର୍ତୀ । ସମସ୍ତ ଜୀବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତା ଉପଲବ୍ଧି ହେଉଛି । ଆସନ୍ତାକାଲି ମା’ ପଦ୍ମାସନା ହଂସ ବାହନରେ ମହାସରସ୍ୱତୀ ବେଶରେ ଦର୍ଶନ ଦେବେ ଏବଂ ପରଦିନ ମାଆଙ୍କର ମହାଲକ୍ଷ୍ମୀ ବେଶ ସହିତ ବିଶ୍ୱଶାନ୍ତି ମହଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
image