Hindusthan Samachar
Banner 2 मंगलवार, दिसम्बर 18, 2018 | समय 18:11 Hrs(IST) Sonali Sonali Sonali Singh Bisht

ସେସୁ ସହକାରୀଯନ୍ତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୨ ଅଟକ ; କଳା ପଲସର ଜବତ

By HindusthanSamachar | Publish Date: Oct 13 2018 8:57PM
ସେସୁ ସହକାରୀଯନ୍ତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୨ ଅଟକ ; କଳା ପଲସର ଜବତ
ପଟ୍ଟାମୁଣ୍ଡାଇ,୧୩ ଅକ୍ଟୋବର(ହି.ସ.)- ପଟ୍ଟାମୁଣ୍ଡାଇ ବିଦ୍ୟୁତ ସବଡିଭିଜନ ସେସୁ ସହକାରୀଯନ୍ତ୍ରୀ ବିବେକାନନ୍ଦ ପଣ୍ଡାଙ୍କ ଠାରୁ ଗତ ୯ତାରିଖ ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତାର ନୂତନ ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ କେତେକ ଦୁର୍ବୃତଭୟଭୀତ କରି ଟଙ୍କା ଓ ସୁନାମୁଦି ଓ ମୋବାଇଲ ଆଦି ଲୁଟି ନେବା ଘଟଣାରେ ପଟ୍ଟାମୁଣ୍ଡଇ ପୋଲିସ ଆଜି ୨ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇ ଥିବାବେଳେ ଓଡି୩୩ଏଲ-୭୧୩୬ ନମ୍ବର ଥିବା ଏକ କଳା ପଲସର ବାଇକ ଜବତ କରିଛି । ତେବେ ଏହି ନମ୍ବରଟି ସଂପୃକ୍ତ ବାଇକର ହୋଇନଥିବା ବେଳେ ମିଥ୍ୟା ଭାବେ ଏହି ନମ୍ବରକୁ ବ୍ୟବହାର କରାଯାଇଥିବା ପୋଲିସ କହିଛି । ତଦନ୍ତକାରୀ ଅଫିସର ସୁଦର୍ଶନ ସାହୁ ଏହି ମାମଲାର ତଦନ୍ତ କରିଥିବାବେଳେ ଆଜି ମୂଳବସନ୍ତ ଗ୍ରାମରୁ କଳା ପଲସରରେ ଖସି ପଳାଇ ଯାଉଥିବା ମୋନା ଦାସ ଓ କୁନା ଦାସଙ୍କୁ ଧିବାରେ ସକ୍ଷମ ହୋଇଥିଲେ । ମୁନା ଦାସର ଘର ବଡମୂଳବସନ୍ତ ଗ୍ରାମରେ ହୋଇଥିବାବେଳେ କୁନା ଦାସଙ୍କ ଘର ପଟ୍ଟାମୁଣ୍ଡାଇ ପୌରାଂଚଳର ମାଟିଆ ଗ୍ରାମରେ ଜଣାପଡିଛି । ଉଭୟ ଅଭିଯୁକ୍ତ କେଳା ସଂପ୍ରଦାୟର ବୋଲି ପୋଲିସ କହିଛି । ଏହି ଅଭିଯୁକ୍ତମାନେ ପୂର୍ବରୁ ବହୁ ଚୋରି, ଡକାୟତି ଓ ରାହାଜାନି ମାମଲାରେ ସଂପୃକ୍ତ ଥିବା ପୋଲିସ କହିଛି । ଏମାନେ ସଂଗଠିତ ଭାବେ ଏକ ଗୋଷ୍ଠୀ କରି ଏଭଳି ଘଟଣା ଭିଆଉ ଥିବା ପୋଲିସ କହିଛି । ଗତ ୧୦ ତାରିଖ ରାତିରେ ମଧ୍ୟ ଗଣ୍ଡକୂଳ ଗ୍ରାମର ପଟା ଦାସ ଓ ଅଜୟ ଦାସଙ୍କ ଘରୁ ନଗଦ ଟଙ୍କା, ସୁନା, ରୂପା, ଅଳଙ୍କାର ଓ ଦାମି ଟର୍ଚ୍ଚ ଲାଇଟ ଚୋରି ହୋଇଥିବାବେଳେ ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଇଥିଲେ । ଅଭିଯୁକ୍ତ ଜଣକ ନାମ ବାବୁନି ଦାସ ଓ ସେ ମଧ୍ୟ କେଳା ସଂପ୍ରଦାୟର ବୋଲି ଜଣା ପଡିଛି । ଏହି ଗୋଷ୍ଠୀର ପପି ଦାସ ଓ ଟୁଲ ମଳିକ ଏବେ ମଧ୍ୟ ଫେରାର ଅଛନ୍ତି । ଉପରୋକ୍ତ ୨ଟି ଯାକ ଘଟଣାରେ ଗୋଟିଏ ଗୋଷ୍ଠୀର ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ଏଥି ନେଇ ଥାନା କେସ ନଂ.- ୩୪୨/୧୮ ଓ ୩୪୩/୧୮ରେ ୨ଟି ମୋକଦ୍ଦମା ରୁଜୁ କରାଯାଇଛି । ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଲରୁ କେତେକ ଛୋଟବଡ ଚୋରି, ଡକାୟତି ଓ ରାହାଜାନି ଘଟଣାରେ ଏହି ଗୋଷ୍ଠୀର ହାତ ଥିବା ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ଭାନୁ
image