Hindusthan Samachar
Banner 2 बुधवार, दिसम्बर 12, 2018 | समय 15:24 Hrs(IST) Sonali Sonali Sonali Singh Bisht

ଅତନୁଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

By HindusthanSamachar | Publish Date: Oct 13 2018 8:57PM
ଅତନୁଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ପଟ୍ଟାମୁଣ୍ଡାଇ,୧୩ ଅକ୍ଟୋବର(ହି.ସ.)- ପୂର୍ବତନମନ୍ତ୍ରୀ ତଥା ମହାକାଳପଡାର ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜୁ ଜନତାଦଳର ମୁଖପାତ୍ର ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିବାରୁ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଅତନୁଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିବାରୁ ବିଜୁ ଜନତାଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରାପଡା ଜିଲ୍ଲା ବିଜୁ ଯୁବଜନତାଦଳର ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ବରିଷ୍ଠନେତା ତପନ ମଙ୍ଗରାଜ, ସୁରେନ୍ଦ୍ର ପ୍ରଧାନ, ଦେବାଶୀଷ ପାତ୍ର, ଧ୍ରୁବ ଚରଣ ବାରିକ, ସୁରଥ ଜେନା, ରଶ୍ମୀ ରଞନ ପାଢୀ, ନଳିନୀ ପାଣିଗ୍ରାହୀ, ବାବୁରାମ ମଳିକ ପ୍ରମୁଖ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି । ଶ୍ରୀନାୟକଙ୍କୁ ମୁଖପାତ୍ର ଭାବେ ଦିଆଯାଇଥିବାରୁ ଦଳୀୟ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ମଜବୁତ କରିବାରେ ଏହା ସହାୟକ ହେବ ବୋଲି ବିଜୁ ଯୁବଜନତାଦଳର କର୍ମକର୍ତାମାନେ ପ୍ରକାଶ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ଭାନୁ
image