Hindusthan Samachar
Banner 2 बुधवार, दिसम्बर 12, 2018 | समय 15:50 Hrs(IST) Sonali Sonali Sonali Singh Bisht

ବହୁଚର୍ଚ୍ଚିତ ମହାନଦୀ ଜଳ ବିବାଦ ମାମଲାର ଶୁଣାଣୀ ଆରମ୍ଭ

By HindusthanSamachar | Publish Date: Oct 13 2018 8:48PM
ବହୁଚର୍ଚ୍ଚିତ ମହାନଦୀ ଜଳ ବିବାଦ ମାମଲାର ଶୁଣାଣୀ ଆରମ୍ଭ
ଭୁବନେଶ୍ୱର,୧୩ ଅକ୍ଟୋବର(ହି.ସ.)- ବହୁଚର୍ଚ୍ଚିତ ମହାନଦୀ ଜଳ ବିବାଦ ମାମଲା ଉପରେ ଆଜି ମହାନଦୀ ଟ୍ରିବ୍ୟୁନାଲରେ ପ୍ରଥମ ଶୁଣାଣୀ ହୋଇଛି । ଓଡ଼ିଶାର ମଧ୍ୟବର୍ତୀକାଳନୀ ଆବେଦନ ଉପରେ ଶୁଣାଣୀ କରାଯାଇଥିଲା । ଜବାବ ରଖିବା ପାଇଁ ଉଭୟ ମହାରାଷ୍ଟ୍ର ଏବଂ ଛତିଶଗଡ଼ ସରକାର ସମୟ ମାଗିଥିଲେ । ଟ୍ରିବ୍ୟୁନାଲ ଏହାକୁ ବିଚାରକୁ ନେଇ ଆଠ ସପ୍ତାହ ସମୟ ଦେଇଛି । ତେବେ ଜାନୁୟାରୀ ୧୫ ତାରିଖରେ ମୂଳ ମାମଲା ଉପରେ ଶୁଣାଣୀ କରିବାକୁ କୋର୍ଟ ନିଷ୍ପତି ନେଇଥିବା କଥା ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟ ମିଶ୍ର ପ୍ରକାଶ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଭାନୁ
image