Hindusthan Samachar
Banner 2 रविवार, अक्तूबर 21, 2018 | समय 08:50 Hrs(IST) Sonali Sonali Sonali Singh Bisht

ଟ୍ରକ-କଂଟେନର ଧକ୍କା, ଚାଳକ ମୃତ

By HindusthanSamachar | Publish Date: Oct 13 2018 8:49PM
ଟ୍ରକ-କଂଟେନର ଧକ୍କା, ଚାଳକ ମୃତ
କୋରେଇ,୧୩ ଅକ୍ଟୋବର(ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟୋଲ ପ୍ଲାଜା ପୂର୍ବରୁ ସୋତି ନିକଟରେ ଶନିବାର ଭୋର ସାଢେ ୩ଟା ସମୟରେ ଏକ ପିଆଜ ବୋଝେଇ ଥିବା ଏକ ଟ୍ରକ (ଡ଼ବ୍ଲ୍ୟୁ ବି୪୧ଜି୯୦୩୭) କୈାଣସି କାରଣରୁ ହଠାତ ବ୍ରେକ ମାରି ଦେବାରୁ ପଛ ପଟରୁ ଆସୁଥିବା ଏକ କଂଟେନର ଟ୍ରକ(ଏଚ ଆର୫୫ଏସି୬୩୪୦) ସମ୍ମୁଖ ଭାଗରେ ଠିଆ ହୋଇଥିବା ଉକ୍ତ ଟ୍ରକ ପଛରେ ଧକ୍କା ଦେଇଥିଲା । ଫଳରେ ଉକ୍ତ କଂଟେନରର ଚାଳକ ଗଂଜାମ ଜିଲ୍ଲା ଗୋଷାଣି ନୁଆଗାଁ ଥାନା ଅନ୍ତର୍ଗତ ବିଜିପୁର ଗ୍ରାମର ବୃନ୍ଦାବନ ଦଳେଇଙ୍କ ପୁଅ ସଂଜୟ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାଣିକୋଇଲି ପୁଲିସ ଆହତ ଚାଳକଙ୍କୁ ଉଦ୍ଧାର କରି ଯାଜପୁର ମୂଖ୍ୟ ଚିକିତ୍ସାଳୟକୂ ନେଇଥିଲେ ମଧ୍ୟ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୁଲିସ ଉକ୍ତ ଗାଡ଼ି ଦୁଇଟିକୁ ଜବତ କରିଛି । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
image