Hindusthan Samachar
Banner 2 रविवार, अक्तूबर 21, 2018 | समय 09:10 Hrs(IST) Sonali Sonali Sonali Singh Bisht

ତିତ୍ଲି ବାତ୍ୟା ପରେ ତୃଣମୂଳସ୍ତରକୁ ଯାଇ ବନ୍ୟା ସ୍ଥିତି ପରଖିଲା ରାଜ୍ୟ ବିଜେପି ପ୍ରତିନିଧୀ ଦଳ

By HindusthanSamachar | Publish Date: Oct 13 2018 8:50PM
ତିତ୍ଲି ବାତ୍ୟା ପରେ ତୃଣମୂଳସ୍ତରକୁ ଯାଇ ବନ୍ୟା ସ୍ଥିତି ପରଖିଲା ରାଜ୍ୟ ବିଜେପି ପ୍ରତିନିଧୀ ଦଳ
- କ୍ଷତିଗସ୍ତ ହିତାଧିକାରୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ଜଣାଇଲା ବିଜେପି ଭୁବନେଶ୍ୱର,୧୩ ଅକ୍ଟୋବର- ତିତ୍ଲି ବାତ୍ୟା ପରେ ରାଜ୍ୟ ବିଜେପିର ଭିନ୍ନ ଭିନ୍ନ ୩ଟି ପ୍ରତିନିଧୀଦଳ ଦଳ ପ୍ରଭାବିତ ଅଂଚଳର ତୃଣମୂଳସ୍ତରକୁ ଯାଇ ବନ୍ୟା ସ୍ଥିତି ପରଖିବା ସହ ସାଧାରଣ ଲୋକଙ୍କ ସମସ୍ୟା କଥା ପଚାରି ବୁଝିଛନ୍ତି । ଗସ୍ତକାଳ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ରାସ୍ତାରେ ଉପୁଡି ପଡିଥିବା ଗଛକୁ କାଟି ଯାତାୟତକୁ ସୁଗମ କରିବା ସହ ବନ୍ୟା ପ୍ରପୀଡିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇଛନ୍ତି । ଏଥି ସହ ରାଜ୍ୟ ସରକାର ଖୁବଶୀଘ୍ର ବନ୍ୟା ଓ ବାତ୍ୟାର କ୍ଷୟକ୍ଷତି ଆକଳନ କରି କ୍ଷତିଗସ୍ତ ହିତାଧିକାରୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ବିଜେପି ପ୍ରତିନିଧୀ ଦଳ ଦାବି କରିଛି । ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ଗଂଜାମ ଜିଲ୍ଲାର ଗୋପାଳପୁର, ରଙ୍ଗେଇଲୁଣ୍ଡା, ଚିକିଟି ଏବଂ ଡିଗପହଣ୍ଡି ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ କରି ବନ୍ୟା ଏବଂ ବାତ୍ୟା ସ୍ଥିତି ପରଖିଛି । ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ୟା ପାଣି ବିପଦ ସଂକେତ ଉପରେ ଚାଲିଥିବା ସମୟରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିନାହିଁ । ଯାହା ବି ରିଲିଫ ପହଂଚିଛି ସେଗୁଡିକ ସମୁଦ୍ରକୁ ଶଙ୍ଗେ ଭଳି । ଗଂଜାମ ଜିଲ୍ଲାରେ ଅଧିକାଂଶ ଚାଷ ଜମିରେ ପାଣି ଜମି ଫସଲ ନଷ୍ଟ ହୋଇଛି । ରାଜ୍ୟସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ଆଜି ହଜାର ହଜାର ଲୋକ ବେସାହାରା ହୋଇପଡିଛନ୍ତି । ଅନେକ ସ୍ଥାନରେ ଏପର୍ଯନ୍ତ ପ୍ରଶାସନ ପହଂଚି ପାରିନି । ବାତ୍ୟା ପୂର୍ବରୁ ରାଜ୍ୟସରକାର ‘ଜିରୋ କାଜୁଆଲିଟି’ କଥା କହି ନିଜର ଡିଣ୍ଡିମ ପିଟୁଥିବା ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାର ସ୍ଥିତି ପୂରା ସଂଗୀନ ହୋଇପଡିଛି । ଘର ଭିତରେ ବନ୍ୟାପାଣି ପଶିଥିବାରୁ ଲୋକମାନେ ବାହାରରୁ ବାହିରି ପାରୁନାହାଁନ୍ତି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହେବା ସହ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଛି । ରନ୍ଧା ଖାଦ୍ୟ ନପହଂଚିବା କାରଣରୁ ଲୋକମାନେ ଉପାସ ରହିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦକ ବିଭୂତି ଜେନା, ଏସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଧରଣୀଧର ବେହେରା, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ଓ ଏନ. ରାଜେନ୍ଦ୍ର କୁମାରଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାମିଲ ଥିଲେ । ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରି ବନ୍ୟା ସ୍ଥିତି ପରଖିଛନ୍ତି । ବିଡମ୍ବନାର ବିଷୟ ହେଉଛି ଯେ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ଗ୍ରାମ ପଂଚାୟତ ଖମ୍ବଗାଁ ନାଳରେ ବନ୍ୟା ପାହାଡ ଧସି ଏକ ୨୨ ବର୍ଷ ଯୁବକର ଶବ ୩ ଦିନଧରି ପଡିଥିବାବେଳେ ପ୍ରଶାସନ ସେଠି ଏପର୍ଯ୍ୟନ୍ତ ପହଂଚି ପାରିନି । ବାରଘର ଗାଁର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସତ୍ୱେ ପ୍ରଶାସନ ଏଯାବତ୍ ଚୁପ୍ ରହିଛି । ଏପର୍ଯ୍ୟନ୍ତ କୌଣସି ମୃତ ଶରୀର ଉଦ୍ଧାର ହୋଇନାହିଁ । ସେ ଅଚଂଳରେ ପିଇବା ପାଣି ଅବା କୌଣସି ରିଲିଫ ସାମଗ୍ରୀ ପହଂଚି ନାହିଁ । କେବଳ ଗଣମାଧ୍ୟମରେ ରାଜ୍ୟସରକାର ‘ବାତ୍ୟା ଏବଂ ବନ୍ୟା ସ୍ଥିତିକୁ ସମ୍ମୁଖୀନ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ’ ଏବଂ ‘ଜିରୋ କାଜୁଆଲିଟି’ କହି ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।ଏହି ପ୍ରତିନିଧୀ ଦଳରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାହୁ, ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ, ହୃଷିକେଶ ଜେନା, ବିଶ୍ୱଜିତ୍ ସ୍ୱାଇଁ, କେ.ରାବଣା ରାଓ, ପ୍ରଶାନ୍ତ ପାଲ, ସିଦେ୍ଧଶ୍ୱର ମିଶ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ଥିଲେ । ସେହିପରି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଓବିସି ମୋର୍ଚ୍ଚାର ଏକ ପ୍ରତିନିଧୀଦଳ ଗଂଜାମ ଜିଲ୍ଲାର ଆସ୍କା ଏନଏସିର ବିଭିନ୍ନ ଗ୍ରାମ ଗସ୍ତ କରି ବାତ୍ୟା ଏବଂ ବନ୍ୟା ସ୍ଥିତି ପରଖିଛନ୍ତି । ବାତ୍ୟା ପରେ ବନ୍ୟା ହେବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବରୁ ସୂଚନା ଦିଆଯାଇଥିଲେ ବି ପ୍ରଶାସନ ତରଫରୁ କୌଣସି ପ୍ରସ୍ତୁତି ଅବା ସର୍ତକ ସୂଚନା ଲୋକଙ୍କୁ ଦିଆଯାଇନଥିଲା । ଗତକାଲି ରାତିରେ ନଦୀ ବନ୍ଧ ଭାଙ୍ଗିଯିବା କାରଣରୁ ୭/୮ ଫୁଟରେ ପାଣି ଆସି ସମଗ୍ର ଆସ୍କା ସହର ଜଳାର୍ଣ୍ଣବ ହୋଇଥିଲା । ବନ୍ୟାପାଇଁ ରାଜ୍ୟସରକାରଙ୍କ ପୂର୍ବ ପ୍ରସ୍ତୁତି ନଥିଲା ଏବଂ ବନ୍ୟା ପରେ ବନ୍ୟା ପ୍ରିପୀଡିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାରେ ବିଫଳ ହୋଇଛନ୍ତି । ଗର୍ଭବତୀ ମହିଳାଙ୍କ ପାଖରେ ଔଷଧ ଏବଂ ଶିଶୁମାନଙ୍କ ପାଖରେ ଖାଦ୍ୟ ପହଂଚି ପାରିନି । ଲୋକମାନେ ପିଇବା ପାଣିରୁ ବଂଚିତ ଅଛନ୍ତି । ସହରରେ ବିଜୁଳି ବ୍ୟବସ୍ଥା ନଥିବାରୁ ସହରବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ସାଧାରଣ ଲୋକଙ୍କ ଦୁଃଖ ସମସ୍ୟା ପାଇଁ ରାଜ୍ୟ ସରକାର ସମ୍ବେଦନଶୀଳ ନୁହଁନ୍ତି । କେବଳ ଶୀତତାପ ନିୟନ୍ତ୍ରଣ ରୁମରେ ବସି ବନ୍ୟା ଏବଂ ବାତ୍ୟା ପରିଚାଳନା କରି ନିଜର ବାହା ବହା ନେଇଚାଲିଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଏହି ପ୍ରତିନିଧୀ ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ପ୍ରଶାସକ ତଥା ବିଜେପି ନେତା ଅଶୋକ ତ୍ରିପାଠୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତାମାନେ ସାମିଲ ଥିଲେ । ..........
image