Hindusthan Samachar
Banner 2 मंगलवार, दिसम्बर 18, 2018 | समय 18:16 Hrs(IST) Sonali Sonali Sonali Singh Bisht

ବାତ୍ୟା ବିଷୟରେ ଆଗରୁ ସୂଚନା ପାଇଥିଲେ ବହୁ ଜୀବନ ରକ୍ଷା ହୋଇପାରିଥାନ୍ତା - ବାରଘର ଗ୍ରାମବାସୀ

By HindusthanSamachar | Publish Date: Oct 13 2018 8:50PM
ବାତ୍ୟା ବିଷୟରେ ଆଗରୁ ସୂଚନା ପାଇଥିଲେ ବହୁ ଜୀବନ ରକ୍ଷା ହୋଇପାରିଥାନ୍ତା - ବାରଘର ଗ୍ରାମବାସୀ
ଭୁବନେଶ୍ୱର,୧୩ ଅକ୍ଟୋବର(ହି.ସ.)- ସାମୁଦ୍ରିକ ଝଡ଼ ବାତ୍ୟା ତିତଲି ସମ୍ପର୍କରେ ପୂର୍ବରୁ ସୂଚନା ମିଳିଥିଲେ ଜୀବନ ରକ୍ଷା କରାଯାଇପାରିଥାନ୍ତା ବୋଲି ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ପଂଚାୟତର ବାରଘର ଗ୍ରାମବାସୀ ମାନଙ୍କ ପକ୍ଷରୁ ନିଜର ଦୁଃଖଭରା କାହାଣୀ ବର୍ଣ୍ଣନା କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଗତ ୧୦ ତାରିଖ ଦିନ ପବନ ଆସିଲା, ଘର ଭାଙ୍ଗିଗଲା । ଏମାନେ ପାହାଡ଼ର ଏକ ଗୁମ୍ଫା ଭିତରେ ଆଶ୍ରୟ ନେଇଥିଲେ । ୧୧ ତାରିଖ ଦିନ ସକାଳେ ପାହାଡ଼ ଉପରୁ ପାଣିର ସୁଅ ଆସିଲା । ଏଥିରେ ଭୟଭୀତ ହୋଇ ମେଳି ବାନ୍ଧି ଦୌଡ଼ିବାକୁ ଲାଗିଲେ । ଗୋଟିଏ ଗ୍ରୁପରେ ୨୧ ଜଣ ଥିଲେ । ବରଙ୍ଗା ନଦୀ ସୁଅରେ ୧୬ ଜଣ ଭାସିଗଲେ । ମୃତଦେହ ସବୁ ପାହାଡ଼ ପଥର ତଳେ ଚାପି ହୋଇ ରହିଛି । ଏ ପର୍ଯ୍ୟନ୍ତ ପ୍ରଶାସନ କି ପୋଲିସ ପହଂଚି ନାହାଁନ୍ତି । ବାରଘର ଗ୍ରାମ ଏକ ପାହାଡ଼ ଅଂଚଳରେ ଥିବାରୁ ସେମାନଙ୍କ ପାଖରେ କୌଣସି ଟିଭି କିମ୍ବା ରେଡ଼ିଓ ନାହିଁ । ସେଥିପାଇଁ ତିତଲି ସମ୍ପର୍କରେ ସେମାନେ ଜାଣି ପାରିନଥିଲେ । ସେମାନେ ତିନିଦିନ ହେଲା ପାଣି ଏବଂ ମାଣ୍ଡିଆ ଜାଉ ଖାଇ ବଂଚିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଭାନୁ
image