Hindusthan Samachar
Banner 2 बुधवार, दिसम्बर 12, 2018 | समय 14:50 Hrs(IST) Sonali Sonali Sonali Singh Bisht

ଟ୍ରକ ଚୋରି କରୁଥିବା ଚୋର ଧରାପଡି ଜେଲ ଗଲା

By HindusthanSamachar | Publish Date: Oct 13 2018 8:50PM
ଟ୍ରକ ଚୋରି କରୁଥିବା ଚୋର ଧରାପଡି ଜେଲ ଗଲା
କୋରେଇ,୧୩ ଅକ୍ଟୋବର(ହି.ସ.)- କୋରାଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ଅନ୍ଧାରୀ ପେଟ୍ରୋଲ ପମ୍ପ ନିକଟସ୍ଥ ଏକ ହୋଟେଲ ନିକଟରେ ଡ୍ରାଇଭର ଗାଡି ରଖି ଢାବାକୁ ଯାଇଥିବା ବେଳେ ଏହାର ସୁଯୋଗରେ ଟ୍ରକ ଟିକୁ ଚେରି କରିନେଇ ପଳାଉଥବବା ବେଳେ ଗାଡିକୁ ସ୍ଥାନୀୟ ଲୋକେ ଅଟକାଇବା ସହ ଚୋରକୁ କାବୁ କରି ପୁଲିସ ଜିମା ଦେଇଥିବା ବେଳେ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ କେୁଁଝର ଜିଲ୍ଲା ନନ୍ଦିପଦା ଥାନା ହାଟଡିହର ଦିଲ୍ଲିପ ମଲିକଙ୍କ ଅଭିଯୋଗ ମୁତାବକ ଶୁକ୍ରବାର ରାତ୍ରୀରେ ଟ୍ରକଟିକୁ ଚୋରାଇ ନେଉଥିବା ଯୁବକକୁ ଧରିଥିଲେ । ଏହି ଯୁବକ ଜଣକ ବ୍ୟାସନଗର ରେଲୱ ପ୍ଲଟ ଚୂନଭାଟିର କ୍ôଷରୋଦ ଦାସଙ୍କ ପୁଅ ନାରାୟଣ(୨୭)ବୋଲି ଜଣାପଡିଥିଲା । ପୁଲିସ ଏନେଇ ଏକ ମାମଲା ୨୧୨/୧୮ ରୁଜ୍ଜୁ କରି ଦଫା ୩୭୯ରେ ନାରାୟଣକୁ କୋର୍ଟ ଚାଲଶଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ତାକୁ ରଗଡି ଜେଲ ଯିବାକୁ ପଡିଛି । ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
image