Hindusthan Samachar
Banner 2 मंगलवार, दिसम्बर 18, 2018 | समय 18:40 Hrs(IST) Sonali Sonali Sonali Singh Bisht

ସରକାରଙ୍କ ପକ୍ଷରୁ ଯେଉଁଭଳି ପ୍ରସ୍ତୁତି ହେବା କଥା ତାହା କରାଯାଇନାହିଁ - ନିରଞ୍ଜନ ପଟ୍ଟନାୟକ

By HindusthanSamachar | Publish Date: Oct 13 2018 8:41PM
ସରକାରଙ୍କ ପକ୍ଷରୁ ଯେଉଁଭଳି ପ୍ରସ୍ତୁତି ହେବା କଥା ତାହା କରାଯାଇନାହିଁ - ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର,୧୩ ଅକ୍ଟୋବର(ହି.ସ.)- ସାମୁଦ୍ରିକ ବାତ୍ୟା ଓ ବନ୍ୟାରେ ରାଜ୍ୟରେ ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କର ଧନ ଓ ଜୀବନ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁଭଳି ପ୍ରସ୍ତୁତି ହେବା କଥା ତାହା କରାଯାଇନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସକାରଙ୍କୁ ଟାର୍ଗେଟ କରି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କେବଳ ବାତ୍ୟା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଥିଲା । ବାତ୍ୟା ପରବର୍ତୀ ଅବସ୍ଥା କଣ ହେବ ସେ ସମ୍ପର୍କରେ ସରକାର ପରିକଳ୍ପନା କରିପାରିନଥିଲେ । ଏ ଦିଗରେ ଯଦି ପଦକ୍ଷେପ ନିଆଯାଇ ପାରିଥାନ୍ତା ଆଜି ଓଡ଼ିଶା ରାଜ୍ୟକୁ ଏହି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା । ସରକାରଙ୍କର ବିଫଳତା ଓ ଦୂରଦୃଷ୍ଟି ଅଭାବ ରାଜ୍ୟବାସୀଙ୍କୁ ଦୁଃଖରେ ପକାଇଦେଇଛି । ଏହା ଏକ ଲଜ୍ଜାକର ବିଷୟ । ଅପରପକ୍ଷରେ କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ, ସରକାରଙ୍କର ଖାମଖିଆଲି ଓ ଅସାବଧାନତା ଯୋଗୁଁ ଗଜପତି ଜିଲ୍ଲାର ରାୟଗଡ଼ା ବ୍ଲକ ଅନ୍ତର୍ଗତ ବାରଘର ଗାଁର ବାତ୍ୟାରେ ଯେଉଁ ୧୬ ଜଣଙ୍କର ମୃତ୍ୟୁ ଘଟିଲା ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ । ଏବଂ ଏସ.ଆର.ସିଙ୍କୁ ବରଖାସ୍ତ କରାଯିବା ଦରକାର । ପ୍ରସ୍ତୁତି ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ଜୀବନକୁ ବିପଦମୁଖକୁ ଠେଲି ଦିଆଯାଇଛି ବୋଲି କହିଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
image