Hindusthan Samachar
Banner 2 मंगलवार, सितम्बर 25, 2018 | समय 14:14 Hrs(IST) Sonali Sonali Sonali Singh Bisht

ବନ୍ଧୁକ ଲଗାଇ ଧମକ ଅଭିଯୋଗରେ ଯୁବକ କୋର୍ଟଚାଲାଣ

By HindusthanSamachar | Publish Date: Sep 16 2018 9:02PM
ବନ୍ଧୁକ ଲଗାଇ ଧମକ ଅଭିଯୋଗରେ ଯୁବକ କୋର୍ଟଚାଲାଣ
କେନ୍ଦ୍ରାପଡ଼ା, ୧୬ ସେପ୍ଟେମ୍ବର (ହି.ସ.)- କଲେଜ୍ ଛାତ୍ରଙ୍କୁ ମାଡମାରି ଓ ବନ୍ଧୁକ ଲଗାଇ ଧମକ ଚମକ ଦେବା ଅଭିଯୋଗରେ ଟାଉନ୍ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ନିକିରାଇ ଅଂଚଳର ୨ଜଣ କଲେଜ ଛାତ୍ରଙ୍କୁ ଅଭିଯୁକ୍ତ ଟାଉନ୍ଥାନା ଅଂଚଳ ଫକିରାବାଦ ପୋଷ୍ଟ ଅଫିସ୍ ଲେନ୍ ଗ୍ରାମର ମିର୍ କୁବେରଙ୍କ ପୁଅ ମିର୍ ଅଫଜଲ୍ ଏବଂ ତାଙ୍କର ୮/୧୦ ଜଣ ସାଙ୍ଗ ଗତ ୧ମାସ ତଳେ ସ୍ଥାନୀୟ ସାନ୍ତସାହି ନିକଟରେ ୨ଜଣ ଛାତ୍ରଙ୍କୁ ମାଡ ମାରିବା ସହିତ ବନ୍ଧୁକ ଦେଖାଇ ଧମକ ଚମକ ଦେବାର ଟାଉନ୍ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ଟାଉନ୍ ପୋଲିସ ୧୪୬/୧୮ ରେ ଏକ ମାମଲା ରୁଜୁକରିଥିଲା । ପୈାରାଞ୍ଚଳ ତଥା ରବିବାର ଦିନ ଅଭିଯୁକ୍ତ ଅଫଜଲ୍କୁ ଟାଉନ୍ ପୋଲିସ୍ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୧୪୭, ୧୪୮, ୩୪୧, ୨୯୪, ୩୨୩, ୩୨୪, ୩୭୯, ୩୪ ଆଇପିସି ଓ ୨୫ ଆରମ୍ ଆକ୍ଟ ଦଫାରେ ଗିରିଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ଟାଉନ୍ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
image