Hindusthan Samachar
Banner 2 गुरुवार, नवम्बर 15, 2018 | समय 17:42 Hrs(IST) Sonali Sonali Sonali Singh Bisht

ମହିଳାଙ୍କୁ ଅସଦାଚରଣ ଅଭିଯୋଗ

By HindusthanSamachar | Publish Date: Sep 16 2018 9:02PM
ମହିଳାଙ୍କୁ ଅସଦାଚରଣ ଅଭିଯୋଗ
କେନ୍ଦ୍ରାପଡ଼ା, ୧୬ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡା ସଦରଥାନା ଗଣେଶପୁର ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗ ସଦରଥାନାରେ ହୋଇଛି । ଘଟଣାରୁ ପ୍ରକାଶ ସଦରଥାନା ଗଣେଶପୁର ଗ୍ରାମର ଜଣେ ମହିଳାଙ୍କୁ ଗତ ୧୦ ତାରିଖ ଦିନ ସେହି ଗ୍ରାମର ମଙ୍ଗୁ ମଳିିକଙ୍କ ପୁଅ ବାପିନା ମଲ୍ଲିକ ଗାଁ ଦାଣ୍ଡରେ ଅସଦାଚରଣ ଉଦ୍ୟମ କରିଥିଲେ । ଏକଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଚମକ ଦେଇଥିଲେ । ଏହି ଘଟଣାକୁ ନେଇ ମହିଳାଜଣକ ସଦରଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ସଦର ପୋଲିସ ୨୭୪/୧୮ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଥାନା ଅଧିକାରୀ କାବୁଲି ବାରିକଙ୍କ ସୁତ୍ରରୁ ପ୍ରକାଶ । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
image