Hindusthan Samachar
Banner 2 गुरुवार, नवम्बर 15, 2018 | समय 17:41 Hrs(IST) Sonali Sonali Sonali Singh Bisht

ଆମ ଗାଁ ସାହିତ୍ୟ ପରିଷଦର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ

By HindusthanSamachar | Publish Date: Sep 16 2018 9:03PM
ଆମ ଗାଁ ସାହିତ୍ୟ ପରିଷଦର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ
କେନ୍ଦ୍ରାପଡ଼ା, ୧୬ ସେପ୍ଟେମ୍ବର (ହି.ସ.)- ଆମ ଗାଁ ସାହିତ୍ୟ ପରିଷଦର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଡଃ ଅରୁନ୍ଧତୀ ଦେବୀ ଉଦଘାଟନ କରିଥିଲେ । ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଡଃ. ହରିହର କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ହେମନ୍ତ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଡଃ ସର୍ବେଶ୍ୱର ସେଣ ପ୍ରମୁଖ ଯୋଗ ଦେଇ ଗାଁ ଗହଳିକୁ ଯାଇ ନୂତନ ପ୍ରତିଭା ମାନଙ୍କୁ ନେଇ କବିତା ପାଠୋତ୍ସବ, ସାହିତ୍ୟ ସଭା, ବୃକ୍ଷ ରୋପଣ, ନିଶା ନିବାରଣ, ପରିବେଶ ସଚେତନତା ପ୍ରଭୃତି କାର୍ଯ୍ୟ କରିଥିବାରୁ ଆମ ଗାଁ ସାହିତ୍ୟ ପରିଷଦକୁ ଭୂୟସୀ ପ୍ରଂଶସା କରିଥିଲେ । ମେଜର ଭରତ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ପ୍ରଦାନ, ସଂଜୟ ମଥାନ ଓ ମଧୁସ୍ମିତା ସିଂହ ଆବାହନି ସଂଗୀତ ଗାନ କରିଥିଲେ । ସମ୍ପାଦକ ସ୍ୱପ୍ନାଶୁ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଅସିତ୍ କୁମାର ସାହୁ, ସବିତା ମୁଦୁଲି ଏବଂ ଟିଟିକାନ୍ତ ନାୟକ ପ୍ରମୁଖ ପୁରସ୍କୃତ ବିତରଣ ଉତ୍ସବ ପରିଚାଳନା କରିଥିଲେ । କବି ଭରତ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
image