Hindusthan Samachar
Banner 2 गुरुवार, नवम्बर 15, 2018 | समय 18:52 Hrs(IST) Sonali Sonali Sonali Singh Bisht

ସୋସିଆଲ ମିଡ଼ିଆ ଅପେକ୍ଷା ମୁଦ୍ରିତ ମିଡ଼ିଆର ଉତର ଦାୟିତ୍ୱ ଅଧିକ

By HindusthanSamachar | Publish Date: Sep 16 2018 8:49PM
ସୋସିଆଲ ମିଡ଼ିଆ ଅପେକ୍ଷା ମୁଦ୍ରିତ ମିଡ଼ିଆର ଉତର ଦାୟିତ୍ୱ ଅଧିକ
ଭୁବନେଶ୍ୱର,୧୬ ସେପ୍ଟେମ୍ବର (ହି.ସ.)- ସୋସିଆଲ ମିଡ଼ିଆର ବିଶ୍ୱାସନୀୟତା ଏବଂ ଉତରଦାୟିତ୍ୱ ନଥିଲା ବେଳେ ମୁଦ୍ରିତ ମିଡ଼ିଆର ଏହା ରହିଛି । ତେଣୁ ମୁଦ୍ରିତ ମିଡ଼ିଆର ଭବିଷ୍ୟତ ଅତୀତରେ ରହିଥିଲା, ଆଜି ବି ରହିଛି ଓ ଭବିଷ୍ୟତରେ ରହିବ ବୋଲି ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ଆଜି ରବିବାର ଦିନ ସନ୍ଧ୍ୟାରେ ମାଷ୍ଟରକାଂଟିନ ଛକଠାରେ ଥିବା ଓଡ଼ିଶା ପ୍ରେସ୍ କ୍ଲବଠାରେ ବରେନ୍ଦ୍ର କୃଷ୍ଣ ଧଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦ୍ୱିତୀୟ ସ୍ମାରକୀ ବକ୍ରୃତାମାଳାରେ ଯୋଗଦେଇ ସମ୍ପୃକ୍ତ ବ୍ୟକ୍ତିମାନେ ଏହି ମତ ପ୍ରଦାନ କରିଛନ୍ତି । ସୋସିଆଲ ଓ ଡିଜିଟାଲ ମିଡ଼ିଆର ଅଭ୍ୟୁଥାନ ପ୍ରିଂଟ ମିଡିଆ ଉପରେ ଏହାର ପ୍ରଭାବ ବିଷୟ ଉପରେ ବକ୍ରୃତାମାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦେଶର ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ପରଞ୍ଜେୟ ଗୁହା ଠାକୁରଦା ସୋସିଆଲ ମିଡ଼ିଆର କୁ ପ୍ରଭାବ ଓ ସୁ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଯେ, ଇଂଟରନେଟର ବୟସ ମାତ୍ର ୨୭ ବର୍ଷ । କିନ୍ତୁ ଏହା ବିଶ୍ୱର କୋଣାନୁକୋଣକୁ ବ୍ୟାପୀ ଯାଇଛି । ଭାରତ ପରି ଦେଶରେ ୩୩ ପ୍ରତିଶତ ଲୋକ ଇଂଟରନେଟ ବ୍ୟବହାର କରିବା ସହିତ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି । ଦେଶରେ ୧୦୦ କୋଟିରୁ ଅଧିକ ସିମ୍ କାର୍ଡ଼ ବିକ୍ରି ସରିଲାଣି । ଏହି ଇଂଟରନେଟ୍ ମୁଖ୍ୟତଃ ସୂଚନା ଓ ଜ୍ଞାନର ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା । ତେବେ ପରବର୍ତୀ ପରିସ୍ଥିତିରେ ଏହାର ବ୍ୟାପକତାର ସୁଯୋଗ ନିଆଯାଉଛି । ଏହାକୁ ମିଥ୍ୟା ଓ ହଟଚମଟ ସମ୍ବାଦ ପରିବେଷଣ କରି ଅପ ବ୍ୟବହାର କରାଯାଉଛି । ଏକ ଅଭାବନୀୟ ପରିସ୍ଥିିତି ମଧ୍ୟ ସୃଷ୍ଟି କରାଯାଉଛି । ଏହା ଫଳରେ ସାମାଜିକ ସହାବସ୍ଥାନର ବାଧାପ୍ରାପ୍ତି ହେବା ସହିତ ଧର୍ମ ଧର୍ମ ଓ ଜାତି ଜାତି ମଧ୍ୟରେ ବିବାଦ ସୃଷ୍ଟି ହେଉଛି । ଏହାର ବହୁତ ଦୃଷ୍ଟାନ୍ତ ରହିଛି । ଦୁଃଖର ବିଷୟ ଯେ, ଏହି ସୋସିଆଲ ମିଡ଼ିଆକୁ ରାଜନୈତିକ ଦଳ ବିଶେଷ କରି ଶାସନ କ୍ଷମତାରେ ଥିବା ଦଳ ଏହାକୁ ଅଧିକ ପ୍ରୟୋଗ କରୁଛନ୍ତି । ସେ କହିଲେ ଯେ, ବର୍ତମାନ ବୈଦ୍ୟୁତିକ ଗଣମାଧ୍ୟମ ଓ ମୁଦ୍ରିତ ଗଣମାଧ୍ୟମ ମୁଷ୍ଟିମେୟ ଧନୀ ବ୍ୟକ୍ତିଙ୍କ ହାତମୁଠାରେ ରହିଛି । ସେହିମାନେ ହିଁ ସମ୍ବାଦକୁ ନିୟନ୍ତ୍ରଣ କରୁଛନ୍ତି । ସେମାନଙ୍କୁ ସୁହାଇଲା ଭଳି ଖବର ପରିବେଷଣ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି । ତେଣୁ ସମାଜର ଜାଗ୍ରତ ପ୍ରହରୀ ବର୍ତମାନ ସୁପ୍ତ ପ୍ରହରୀ ହୋଇଯାଉଛି । ଯାହାକି ସ୍ପୃହଣୀୟ ନୁହେଁ । ଏହା ଦେଶର ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ସବୁ କୁକୁର ଗୋଟିଏ ପ୍ରକାରର ନୁହଁନ୍ତି । ସବୁ ସାମ୍ବାଦିକ ମଧ୍ୟ ସେହିଭଳି ଏକ ପ୍ରକାରର ନୁହଁନ୍ତି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆରେ ଆସୁଥିବା ସମ୍ବାଦକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ ନ କରିବା ପାଇଁ ଅଭିଭାବକ ମାନେ ତାଙ୍କ ପିଲା ମାନଙ୍କୁ ପ୍ରବର୍ତାଇବା ଉଚିତ । ସେ କହିଲେ ଯେ, ରାଜ୍ୟର ପ୍ରଖ୍ୟାତ ସାମ୍ବାଦିକ, ସାହିତ୍ୟିକ ଓ ସଂଗଠକ ସ୍ୱର୍ଗତଃ ବରେନ୍ଦ୍ର କୃଷ୍ଣ ଧଳ ଛାଡ଼ି ଯାଇଥିବା ଧାରା ଓ ପ୍ରକ୍ରିୟାକୁ ତ୍ୱରାନ୍ୱିକ କରିବ ନାହିଁ ବରଂ ନୂତନ ଜ୍ଞାନ ଓ ଭାବନାର ଉଦ୍ଭବରେ ସହାୟକ ହେବ । ସମ୍ମାନିତ ଅତିଥିରୂପେ ଯୋଗଦେଇ ପ୍ରଖ୍ୟାତ ସାମ୍ବାଦିକ ସମ୍ପତ ମହାପାତ୍ର କହିଥିଲେ ଯେ, ସାମାଜିକ ଗଣମାଧ୍ୟମରେ ଶୁଦ୍ଧତା ନାହିଁ, ଏହାର କେହି ମୁରବୀ ନାହାନ୍ତି, ଏମାନେ କୌଣସି କଥାରେ ଉତରଦାୟୀ ନୁହଁନ୍ତି । କେବଳ ଚମକପ୍ରଦ ଖବର ସୃଷ୍ଟି କରିବା ପାଇଁ ରାଜନୈତିକ ଦଳ ଏହାକୁ ଅସ୍ତ୍ର କରିଛନ୍ତି । ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିବା ସମୟ ଆସିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥିରୂପେ ଯୋଗଦେଇ ପୂର୍ବତନ ସାଂସଦ ତଥା ସ୍ତମ୍ଭକାର ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଥିଲେ ଯେ, ସାମାଜିକ ଗଣ ମାଧ୍ୟମ, ଡିଜିଟାଲ ଗଣମାଧ୍ୟମ କିମ୍ବା ଟିିଭିର ବ୍ୟାପକତା କେବେ ହେଲେ ମୁଦ୍ରିତ ଗଣମାଧ୍ୟମର ସ୍ଥାନ ନେଇ ପାରିବ ନାହିଁ । କାରଣ ଏହି ଗଣ ମାଧ୍ୟମ ଗୁଡ଼ିକର ସମ୍ବାଦ କ୍ଷଣସ୍ଥାୟୀ । ସେମାନେ କେବଳ କ୍ୟାମେରାର ସମ୍ମୁଖରେଘଟୁଥିବା ଖବରକୁ ପ୍ରକାଶ କରୁଥାନ୍ତି । ପଛରେ କଣ ଘଟୁଛି ତାହା ମୁଦ୍ରିତ ଗଣମାଧ୍ୟମ ପ୍ରକାଶ କରିଥାଏ ଯାହାକି ମଣିଷ ସମାଜ ବଂଚିଥିବା ଯାଏ ସୂଚନା ଦେଇ ଚାଲେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଏହି ଉତ୍ସବରେ ଅଧ୍ୟକ୍ଷତା କରି ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ କହିଥିଲେ ଯେ, ସ୍ୱର୍ଗତ ଧଳଙ୍କର ସାମଗ୍ରିକ କୃତୀକୁ ଯୁବ ତଥା ନୂତନ ପିଢ଼ୀରେ ଅବଗତ କରାଇବା ପାଇଁ ଏହି ନ୍ୟାସ ଗଠନ କରାଯାଇଛି । ଏହା ପୂଜ୍ୟ ପୂଜା କରିବା ସହିତ ଓଡ଼ିଆ ସାମ୍ବାଦକ କ୍ଷେତ୍ରକୁ ପ୍ରୋତ୍ସାହନ କରିବା ଆରମ୍ଭ କରିଛି । ଏହା କ୍ରମେ କ୍ରମେ ଜାତୀୟ ସ୍ତରକୁ ବ୍ୟାପିବ ବୋଲି ସେ କହିଥିଲେ । ଏହି ଅବସରରେ ଢ଼େଙ୍କାନାଳ ସ୍ଥିତ ଆଇଆଇଏମସିର ୨୦୧୭-୧୮ ବର୍ଷରେ ଓଡ଼ିଆ ସାମ୍ବାଦିକତାର ଶ୍ରେଷ୍ଠ ହୋଇଥିବା ସୁଜାତା ସାହୁଙ୍କୁ ମାନ ପତ୍ର ସହିତ ୧୦ ହଜାର ଟଙ୍କାର ଆର୍ଥିକ ସମ୍ମାନ ଦିଆଯାଇଥିଲା । ବରିଷ୍ଠ ପ୍ରଶାସକ, ସ୍ତମ୍ଭକାର, ସାହିତ୍ୟିକ ଦେବ ପ୍ରକାଶ ଦାସ ସ୍ୱର୍ଗତ ବରେନ୍ଦ୍ର ଧଳଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଶେଷରେ ଅନ୍ୟତମ ସଦସ୍ୟା ପ୍ରୀତିଛନ୍ଦା ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
image