Hindusthan Samachar
Banner 2 सोमवार, नवम्बर 19, 2018 | समय 06:00 Hrs(IST) Sonali Sonali Sonali Singh Bisht

ଗଣେଶ ମୂର୍ତି ବିସର୍ଜନ ବେଳେ ଅଘଟଣ : ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

By HindusthanSamachar | Publish Date: Sep 16 2018 8:27PM
ଗଣେଶ ମୂର୍ତି ବିସର୍ଜନ ବେଳେ ଅଘଟଣ : ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ
ଦେବଗଡ଼, ୧୬ ସେପ୍ଟେମ୍ବର (ହି.ସ.)- ଗଣେଶ ମୂର୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଦେଓଗଡ଼ ବାରକୋଟ ଝରବାହାଲ ଆଶ୍ରମ ସ୍କୁଲରେ ଘଟିଯାଇଛି ଏଭଳି ଏକ ଦୁଃଖଦ ଘଟଣା । ମୃତ ଛାତ୍ରଙ୍କ ନାମ ଘନଶ୍ୟାମ ସାହୁ । ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଆଶ୍ରମ ସ୍କୁଲର ଗଣେଶ ମୂର୍ତି ବିସର୍ଜନ କରିବାକୁ ଶିକ୍ଷକଙ୍କ ସହିତ ଛାତ୍ରମାନେ ପୋଖରୀକୁ ଯାଇଥିଲେ । ଏହି ସମୟରେ ଗଭୀର ଜଳରାଶି ମଧ୍ୟକୁ ଘନଶ୍ୟାମଙ୍କ ପାଦ ଖସି ଯିବାରେ ସେ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
image